ବାତିଲ ହେଲା ହାଇକୋର୍ଟର ଆସିଷ୍ଟାଣ୍ଟ ସେକ୍ସନ୍ ଅଫିସର ମୁଖ୍ୟ ପରୀକ୍ଷା
କଟକ: ହାଇକୋର୍ଟର ଆସିଷ୍ଟାଣ୍ଟ ସେକ୍ସନ୍ ଅଫିସର (ଏଏସଓ) ପଦ ନିମନ୍ତେ ଗତ ଜୁଲାଇ ୧୩ରେ ଅନୁଷ୍ଠିତ ହୋଇଥିବା ମୁଖ୍ୟ ପରୀକ୍ଷାକୁ ହାଇକୋର୍ଟ ବାତିଲ କରିଦେଇଛନ୍ତି। ଡିସେମ୍ବର ୭ରେ ସାନି ପରୀକ୍ଷା କରାଯିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ଏଏସ୍ଓ ପଦରେ ନିଯୁକ୍ତି ଲାଗି ପ୍ରାଥମିକ ପରୀକ୍ଷାରେ ୭,୧୧୩ ଜଣ ପରୀକ୍ଷାର୍ଥୀ ମୁଖ୍ୟ ପରୀକ୍ଷାକୁ ଉତ୍ତୀର୍ଣ୍ଣ ହୋଇଥିଲେ। ତେବେ ପରୀକ୍ଷା ପରିଚାଳନା ଏଜେନ୍ସିର କାର୍ଯ୍ୟକଳାପକୁ ନେଇ ହାଇକୋର୍ଟ ସନ୍ଦେହ ପ୍ରକଟ କରିଥିଲେ। ଫଳରେ ହାଇକୋର୍ଟଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇ ଉକ୍ତ ମୁଖ୍ୟ ପରୀକ୍ଷାକୁ ବାତିଲ୍ କରିଦିଆଯାଇଛି। ଡିସେମ୍ବର ୭ରେ ଅନୁଷ୍ଠିତ ହେବାକୁ ଥିବା ସାନି ପରୀକ୍ଷା ଦିନ ପ୍ରଥମ ସିଟିଂ ଇଂରାଜୀ ବିଷୟ ରହିଛି।
Powered by Froala Editor