ବାଲିଯାତ୍ରାରେ ହଠାତ୍ ବନ୍ଦ ହୋଇଗଲା ଦୋଳି, ଫସିଲେ ୧୬ ଜଣ
କଟକ: କଟକ ବାଲିଯାତ୍ରାରେ ଅଘଟଣ । ଏକ ଦୋଳି ଅଚଳ ହେବାରୁ ଶୂନ୍ୟରେ ଏଥିରେ ବସିଥିବା ଲୋକ ଫସି ରହିଥିଲେ । ୧୬ ଜଣ ଲୋକ ଏକ ଦୋଳିରେ ଥିବା ବେଳେ ଏହା ହଠାତ୍ ବନ୍ଦ ହୋଇଯାଇଥିଲା । ଦୋଳିର ମଟରଟି ଖରାପ ହୋଇଯାଇଥିଲା । ଏଥିରେ ଲୋକଙ୍କ ସହ କୁନିକୁନି ପିଲା ଫସିଯାଇଥିଲେ । ୭୦ ଫୁଟ୍ ଉପରେ ଏମାନେ ଫସି ରହିଥିଲେ । ୨ ଘଣ୍ଟା ଧରି ଏମାନେ ଫସି ରହିଥିଲେ ।
ପରେ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ଏଥିରେ ଥିବା ଲୋକମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି ।ଐତିହାସିକ କଟକ ବାଲିଯାତ୍ରାରେ ବୁଧବାର ରାତିରେ ଏକ ଅଘଟଣ ଘଟିଛି। ପ୍ରାୟ ୧୬ ଜଣ ଲୋକ ଏକ ବୃହତ୍କାୟ ହାମର ଭଳି ଜେସିବି ଦୋଳିରେ ବସି ମଜା ନେଉଥିବାବେଳେ ହଠାତ୍ ତାହା ବନ୍ଦ ହୋଇଯିବାରୁ ପ୍ରାୟ ୭୦ ଫୁଟ ଉଚ୍ଚରେ ସେମାନେ ଦୀର୍ଘ ଏକ ଘଣ୍ଟାରୁ ଅଧିକ ସମୟ ଫସି ରହିଥିଲେ।
ମିଳିଥିବା ସୂଚନାନୁଯାୟୀ, ଦୋଳି ବୁଲୁଥିବାବେଳେ ହଠାତ୍ ମୋଟର ଅକାମୀ ହୋଇପଡିଥିଲା। ଫଳରେ ଉଭୟ ପଟେ ୮ ଜଣ ଲେଖାଏଁ ଲୋକ ଫସି ଯାଇଥିଲେ। ଦୋଳିକୁ ତୁରନ୍ତ ନିୟନ୍ତ୍ରଣ କରିବା ଲାଗି ଏହାର ଅପରେଟର ତୁରନ୍ତ ବ୍ରେକ୍ ଲଗାଇଥିଲେ। ଧୀରେ ଧୀରେ ବ୍ରୋଣ୍ଟୋ ସ୍କାଇ ଲିଫ୍ଟ ଜରିଆରେ ଅତି ସତର୍କତାର ସହ ଜଣକ ପରେ ଜଣକୁ ଉଦ୍ଧାର କରାଯାଇଥିଲା।
Powered by Froala Editor