ପୋଷ୍ଟ ଭାଇରାଲ, ବିସ୍ଫୋରଣ ପାଇଁ ଦାୟୀ ବୋଲି ଦାବି କରିଛି ପାକିସ୍ତାନୀ ସଂଗଠନ ଲସ୍କର-ଏ-ତୈବା!
ନୂଆଦିଲ୍ଲୀ: ଲାଲକିଲ୍ଲା ନିକଟରେ କାର ବିସ୍ଫୋରଣ ପରେ ଆତଙ୍କବାଦୀଙ୍କ ଏକ ପୋଷ୍ଟ ଭାଇରାଲ ହେଉଛି । ଏଥିରେ ଲସ୍କର-ଏ-ତୈବା ଆକ୍ରମଣ ପାଇଁ ଦାୟୀ ବୋଲି ଦାବି କରିଛି । ଏକ ସୋସିଆଲ ମିଡିଆ ପୋଷ୍ଟରେ ପାକିସ୍ତାନୀ ସଂଗଠନ ଲସ୍କର-ଏ-ତୈବା ଭାରତରେ ବୋମା ବିସ୍ଫୋରଣ ପାଇଁ ଦାୟୀ ବୋଲି ଦାବି କରିଛି । ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଟେଲିଗ୍ରାମରେ ଲସ୍କର-ଏ-ତୈବା ନାମରେ ଏକ ପୋଷ୍ଟ ଭାଇରାଲ ହେଉଛି । ତଥାପି ଏହା କେତେ ସତ୍ୟ ତାହା ଜଣାପଡିନାହିଁ ।
ପୋଷ୍ଟରେ କୁହାଯାଇଛି ଯେ ଅପରେସନ ସିନ୍ଦୂର ସମୟରେ ଏକ ଭାରତୀୟ କ୍ଷେପଣାସ୍ତ୍ର ପିଓକେର ବିଲାଲ ମସଜିଦ ଉପରେ ଆକ୍ରମଣ କରିଥିଲା । ଏହା ତହାର ପ୍ରତିଶୋଧ ବୋଲି କୁହାଯାଉଛି । ପୁଲିସ ଏହି ଭାଇରାଲ ପୋଷ୍ଟର ତଦନ୍ତ କରୁଛି ।
Powered by Froala Editor