ସକାଳ ଜଳଖିଆରେ ଖାଆନ୍ତୁ ଏହିସବୁ ଖାଦ୍ୟ
ଅଧିକାଂଶ ମହିଳା ସକାଳ ଜଳଖିଆ ସ୍କିପ୍ କରୁଥିବା ଦେଖିବାକୁ ମିଳେ। ଅପରପକ୍ଷେ କାର୍ଯ୍ୟବ୍ୟସ୍ତତା ହେଉ ଅବା ଅନ୍ୟ କାରଣ ପାଇଁ ଏପରି ବଦଭ୍ୟାସ ଗ୍ୟାସ୍, ଏସିଡିଟିଠାରୁ ଆରମ୍ଭ କରି ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର କାରଣ ସାଜିଥାଏ। ତେଣୁ ଦିନସାରା ଶରୀରକୁ ଏନର୍ଜେଟିକ୍ ରଖିବା ଲାଗି ସକାଳ ଜଳଖିଆ ଖାଇବା ନିହାତି ଆବଶ୍ୟକ। ତେବେ ସକାଳ ଜଳଖିଆରେ କେତୋଟି ଖାଦ୍ୟକୁ ସାମିଲ କଲେ ବେଶ୍ ଉପକୃତ ହୋଇପାରିବେ ଜାଣି ରଖନ୍ତୁ ସେ ସମ୍ପର୍କରେ…
ଓଟ୍ସ: ଓଟ୍ସ ସକାଳ ଜଳଖିଆ ପାଇଁ ଏକ ଭଲ ଅପ୍ସନ। ଏଥିରେ ପନିପରିବା ପକାଇ ଉପମା କିମ୍ବା କ୍ଷୀର, ଗୁଡ ଆଦି ପକାଇ ଖାଇପାରିବେ। ଏଥିରେ ପ୍ରଚୁର ପରିମାଣରେ ଫାଇବର୍ ଥିବାରୁ ପେଟ ଅଧିକ ସମୟ ଭର୍ତ୍ତି ରହିବା ଭଳି ଲାଗିଥାଏ।
ଫଳ: ପୁଷ୍ଟିବିଜ୍ଞାନୀଙ୍କ ମତରେ ଫଳରେ ଫାଇବର୍, ଭିଟାମିନ୍, ମିନେରାଲ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ଥିବାରୁ ସକାଳ ଜଳଖିଆରେ ଏହାକୁ ସାମିଲକଲେ ଶରୀରକୁ ଊର୍ଜା ପ୍ରଦାନ କରିଥାଏ ଏବଂ ଇମ୍ୟୁନିଟି ପାଓ୍ବାର ବୃଦ୍ଧି କରିଥାଏ।
ଦହି: ଜଳଖିଆ ସହିତ ପ୍ରତିଦିନ ଦହି ଖାଇବା ବେଶ୍ ଲାଭଦାୟକ। କାରଣ ଏହା ପ୍ରୋବାୟୋଟିକ୍ ହୋଇଥିବାରୁ ପାଚନତନ୍ତ୍ରକୁ ମଜଭୁତ କରିଥାଏ।
ମଞ୍ଜି: ପ୍ରତିଦିନ ସକାଳ ଜଳଖିଆରେ ବାଦାମ, ଅଖରୋଟ, ପିସ୍ତା, ଆଲମଣ୍ଡ, ଚିଆ ସିଡ୍, ଫ୍ଲାକ୍ସିଡ୍ ଭଳି ମଞ୍ଜି ଜାତୀୟ ଖାଦ୍ୟ ଅଳ୍ପ ଅଳ୍ପ ଖାଇବା ବି ଖୁବ୍ ଲାଭଦାୟକ।
Powered by Froala Editor