ଲାଲକିଲ୍ଲାରେ ବିସ୍ଫୋରଣ, 10 ଜଣଙ୍କ ମୃତ୍ୟୁ
ଦିଲ୍ଲୀ ଲାଲ କିଲ୍ଲା ନିକଟରେ ସୋମବାର ସନ୍ଧ୍ୟାରେ ଘଟିଥିବା ବିସ୍ଫୋରଣ ଘଟଣାରେ 10 ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବିସ୍ଫୋରଣରେ ନିକଟରେ ଥିବା ତିନୋଟି ଗାଡ଼ିରେ ମଧ୍ୟ ନିଆଁ ଲାଗିଯାଇଛି। ଲାଲକିଲ୍ଲା ମେଟ୍ରୋ ଷ୍ଟେଶନର ଗେଟ୍ ନମ୍ବର ୧ ନିକଟରେ ଏହି ବିସ୍ଫୋରଣ ଘଟିଥିବା ଜଣାପଡିଛି। ଦିଲ୍ଲୀ ପୋଲିସ ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରିଛି। ହେଲେ ପୋଲିସ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ବିବୃତ୍ତି ଜାରି କରାଯାଇନାହିଁ।
ଏଥିରେ ଅନେକ ଲୋକ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପୁଲିସ ଏବଂ ଅଗ୍ନିଶମ ବାହିନୀ ପଦକ୍ଷେପ ନେଇଛନ୍ତି। ବିସ୍ଫୋରଣ ପଛରେ କାହାର ହାତ ରହିଛି ତାହା ଜଣାପଡ଼ି ନ ଥିବାବେଳେ ଦିଲ୍ଲୀରେ ହାଇଆଲର୍ଟ ଜାରି କରାଯାଇଛି। ଏହା ଆତଙ୍କୀ କାର୍ଯ୍ୟକଳାପ କି ଅନ୍ୟ କିଛି ତାହା ସ୍ପଷ୍ଟ ହୋଇନାହିଁ। ପୁଲିସ ଘଟଣାର ତଦନ୍ତ ଚଳାଇଛି।
ଦିଲ୍ଲୀ ଅଗ୍ନିଶମ ବିଭାଗ କହିଛି, ଲାଲକିଲ୍ଲା ନିକଟରେ ବିସ୍ଫୋରଣ ପରି ଶବ୍ଦ ହୋଇଥିବା ଖବର ଅଗ୍ନିଶମ ବିଭାଗ ପାଇଥିଲା। ଦଶଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଛି। ଲାଲକିଲ୍ଲା ମେଟ୍ରୋ ଷ୍ଟେଶନର ଗେଟ୍ ନମ୍ବର ୧ ନିକଟରେ ଏକ କାର ବିସ୍ଫୋରଣ ହୋଇଛି, ଯାହା ଫଳରେ ନିକଟରେ ଥିବା ତିନୋଟି ଗାଡ଼ିରେ ନିଆଁ ଲାଗିଯାଇଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଟିମ୍ ପଠାଯାଇଛି।
Powered by Froala Editor