ଆଡଭାନୀଙ୍କୁ ପ୍ରଶଂସା କରି ବିବାଦରେ କଂଗ୍ରେସ ସାଂସଦ
ନିଜ ବୟାନକୁ ନେଇ ପୁଣି ଥରେ କଂଗ୍ରେସ ସାଂସଦ ଶଶି ଥରୁର ଚର୍ଚ୍ଚାକୁ ଆସିଛନ୍ତି । ଆଡଭାନୀଙ୍କ ଜନ୍ମ ଦିନରେ ଥରୁର ବଧେଇ ଜଣାଇ ପୋଷ୍ଟ କରିଥିଲେ। ଏଣୁ ଲୋକେ ତାଙ୍କ ବିଚାରଧାରା ଓ ବିଜେପି ନେତାଙ୍କ ଜୀବନୀ ଉପରେ ପ୍ରଶ୍ନ କରୁଥିଲେ। ଏଥିରେ ଏପରି ଏକ ପୋଷ୍ଟର ଥରୁର ଉତ୍ତର ଦେଇଛନ୍ତି। ସେ କହିଛନ୍ତି ଆଡଭାନୀଙ୍କ ଦୀର୍ଘ ରାଜନୈତିକ ଜୀବନକୁ କେବଳ ଏକ ଘଟଣା ଆଧାରରେ ଯାଞ୍ଚ କରାଯିବା ଉଚିତ ନୁହେଁ, ଏହା ଠିକ୍ ନୁହେଁ।
ପୂର୍ବ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହୁର ଏବଂ ଇନ୍ଦିରା ଗାନ୍ଧିଙ୍କ ସହ ବିଜେପି ବରିଷ୍ଠ ନେତା ତଥା ପୂର୍ବ ଉପପ୍ରଧାନମନ୍ତ୍ରୀ ଲାଲକ୍ରିଷ୍ଣ ଆଡଭାନୀଙ୍କ ରାଜନୈତିକ କ୍ୟାରିୟରକୁ ସମର୍ଥନ କରିଛନ୍ତି । ନେହୁର ଏବଂ ଇନ୍ଦିରାଙ୍କୁ ଯେମିତି ଗୋଟିଏ ଘଟଣାରେ ପରିଭାଷିତ କରାଯାଇ ପାରିବ ନାହିଁ, ସେମିତି ଆଡଭାନୀଙ୍କୁ ବି କୌଣସି ଗୋଟିଏ ପ୍ରସଙ୍ଗକୁ ଆଧାର କରାଯିବା ଉଚିତ ନୁହେଁ ବୋଲି ଥରୁର କହିଛନ୍ତି ।
ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଥରୁର ଏଥିରେ ଉଲ୍ଲେଖ କରିଛନ୍ତି, ଆଡଭାନୀ ଜୀ ଦୀର୍ଘବର୍ଷ ଧରି କରି ଆସିଥିବା ସେବାକୁ କେବଳ ଗୋଟିଏ ଘଟଣାରେ ସୀମିତ ରଖିବା ଅନୁଚିତ । ଆଡଭାନୀଙ୍କୁ ତାଙ୍କ ୯୮ତମ ଜନ୍ମଦିନ ଅବସରରେ ଶୁଭକାମନା ଦେବା ସମୟରେ ତାଙ୍କର ସେବା ପ୍ରତି ଅତୁଟ ପ୍ରତିବଦ୍ଧତାକୁ ପ୍ରଶଂସା କରି ଥରୁର ଏମିତି କହିଛନ୍ତି ।
ତେବେ ଥରୁରଙ୍କ ଏହି ପୋଷ୍ଟକୁ ନେଇ ଏବେ ଚର୍ଚ୍ଚା ହେବାରେ ଲାଗିଛି । କଂଗ୍ରେସ ସାଂସଦ ବିଜେପି ନେତାଙ୍କ ବିଭାଜନକାରୀ ରାଜନୀତିରେ ଭୂମିକାକୁ ଠିକ୍ ବୋଲି ଦର୍ଶାଇଥିବା ସମାଲୋଚକ ଅଭିଯୋଗ କରିଛନ୍ତି । ସୁପ୍ରିମକୋର୍ଟର ଓକିଲ ସଞ୍ଜୟ ହେଗଡ଼େ ଟାର୍ଗେଟ କରି କହିଛନ୍ତି, ଦେଶରେ ଘୃଣାର ବିଜ ବୁଣିବା କୌଣସି ପ୍ରକାର ଲୋକସେବା ନୁହେଁ ।
Powered by Froala Editor