ବିଜେପି ସଭାପତି ମନମୋହନ ସାମଲଙ୍କ ବଡ ସୂଚନା, କଣ ଜାଣନ୍ତୁ?
ନୂଆପଡା: ନୂଆପଡା ଉପନିର୍ବାଚନ ପ୍ରଚାର ସରିବା ପୂର୍ବରୁ ବିଜେପି ସଭାପତି ମନମୋହନ ସାମଲ ବଡ ସୂଚନା ଦେଇଛନ୍ତି। ସେ ଏକ ପ୍ରେସମିଟ୍ରେ କହିଛନ୍ତି ନୂଆପଡାରେ ମେଡିକାଲ କଲେଜ କରିବାକୁ ଦଳ ନିଷ୍ପତ୍ତି ନେଇଛି। ନୂଆପଡାକୁ ଏକ ନଂ ଜିଲ୍ଲା ଓ ନିର୍ବାଚନ ମଣ୍ଡଳୀ କରିବୁ। ନୂଆପଡାରେ ୭୫ ହଜାର ମା, ଭଉଣୀ ସୁଭଦ୍ରା ଯୋଜନାରେ ଉପକୃତ। ନୂଆପଡାର ୪୫ ହଜାର ଚାଷୀ ୮ ଶହ ଟଙ୍କାର ଇନ୍ପୁଟ୍ ସହାୟତା ପାଇଛନ୍ତି। ବରଗଡ ସହ ନୂଆପଡାକୁ ରେଲଓ୍ବେ ଲାଇନ୍ ଯୋଡିବାକୁ ଜମି ଅଧିଗ୍ରହଣ ଚାଲିଛି। ଖରିଆର୍ ରୋଡରେ ମଧ୍ୟ ୪ ଲାଇନ୍ ଟ୍ରାକ୍ ପାଇଁ ଯୋଜନା ରହିଛି।
Powered by Froala Editor