ଖରିଆରରେ ନବୀନ କରୁଛନ୍ତି ରୋଡ ସୋ, ସ୍ନେହାଙ୍ଗୀନ ଛୁରିଆଙ୍କୁ ଆଶୀର୍ବାଦ କରିବାକୁ ନିବେଦନ କଲେ ନବୀନ
ନୂଆପଡା: ନୂଆପଡାରେ ପହଞ୍ଚିଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ । ନୂଆପଡାରେ ପହଞ୍ଚିବା ପରେ ଦଳୀୟ କର୍ମୀ ଓ ଲୋକମାନେ ତାଙ୍କୁ ସ୍ୱାଗତ କରିଥିଲେ । ଖରିଆରରେ ନବୀନ ରୋଡ ସୋ କରୁଛନ୍ତି । ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗୀନ ଛୁରିଆଙ୍କୁ ଆଶୀର୍ବାଦ କରିବାକୁ ନିବେଦନ କରିଛନ୍ତି । ଖରିଆରରେ ସ୍ୱତନ୍ତ୍ର ବସରେ ରୋଡ ସୋ କରୁଛନ୍ତି ନବୀନ । ଖରିଆରରୁ ନୂଆପଡା ପର୍ଯ୍ୟନ୍ତ ପ୍ରାୟ ୧୫କିମି ପର୍ଯ୍ୟନ୍ତ ରୋଡ ସୋରେ ଯିବେ । ଗତ ୩ ତାରିଖରେ କୋମନାରେ ନବୀନ ଜନସଭା କରିବା ସହ ଲୋକଙ୍କୁ ସମ୍ବୋଧନ କରିଥିଲେ ।
Powered by Froala Editor