ବିଶ୍ବବିଜେତାଙ୍କୁ ଟାଟା ସିଏରା ଉପହାର
କ୍ରିକେଟରେ ଐତିହାସିକ ବିଜୟ ପରେ ବିଶ୍ବବିଜେତା ଝିଅଙ୍କୁ ଟାଟା ମୋଟର୍ସ ନୂଆ ଲଞ୍ଚ ହେବାକୁ ଥିବା ଟାଟା ସିଏରା ଉପହାର ରୂପରେ ଦେବ ବୋଲି ଘୋଷଣା କରିଛି । ଟାଟା ସିଏରା ୨୫ ନଭେମ୍ବର, ୨୦୨୫ରେ ଲଞ୍ଚ ହେବାର କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ଟାଟା ମୋଟର୍ସ ଘୋଷଣା କରିଛି ଯେ, ଭାରତୀୟ ମହିଳା କ୍ରିକେଟ ଦଳକୁ ଟାଟା ସିଏରାର ପ୍ରଥମ ପିଢ଼ି ଉପହାର ଦିଆଯିବ।
ନଭି ମୁମ୍ବାଇରେ ଦକ୍ଷିଣ ଆଫ୍ରିକାକୁ ୫୨ ରନରେ ପରାସ୍ତ କରି ଭାରତୀୟ ମହିଳା ଦଳ ପ୍ରଥମ ବିଶ୍ୱକପ୍ ଟାଇଟଲ୍ ହାସଲ କରିଛି। ଟାଟା ମୋଟର୍ସ ଏକ ବିବୃତ୍ତିରେ କହିଛି, “ଲିଜେଣ୍ଡ୍ସ ସହିତ ଲିଜେଣ୍ଡ୍ସଙ୍କର ଭେଟ। ଭାରତୀୟ ମହିଳା କ୍ରିକେଟ୍ ଦଳ ଏବଂ ସେମାନଙ୍କର ଐତିହାସିକ ଆଇସିସି ମହିଳା ବିଶ୍ୱକପ୍ ପ୍ରଦର୍ଶନକୁ ପାଳନ କରି ଟାଟା ମୋଟର୍ସ ପାସେଞ୍ଜର ଭେଇକିଲ୍ସ ଗର୍ବର ସହ ଦଳର ପ୍ରତ୍ୟେକ ସଦସ୍ୟଙ୍କୁ ‘ଟାଟା ସିଏରା’ ପ୍ରଦାନ କରୁଛି – ଯାହାକି ଏକ ସାହସୀ, ବହୁମୁଖୀ ଏବଂ କାଳଜୟୀ ଲିଜେଣ୍ଡ୍।”
ଯେତେବେଳେ ଭାରତରେ ୯୦ଦଶକର ଅଟୋମୋବାଇଲ୍ ଇତିହାସ ଲେଖାଯିବ, ସେତେବେଳେ ଟାଟା ସିଏରାର ନାମ ସ୍ୱର୍ଣ୍ଣିମ ଅକ୍ଷରରେ ଲେଖାଯିବ। ଏହା ସେହି SUV ଥିଲା ଯାହା ଦେଶକୁ 'Lifestyle Vehicle'ର ପ୍ରଥମ ଝଲକ ଦେଖାଇଥିଲା। ବର୍ତ୍ତମାନ, ତିନି ଦଶନ୍ଧି ପରେ, ଟାଟା ମୋଟର୍ସ ଏହାକୁ ନୂଆ କରି ମାର୍କେଟକୁ ଆଣୁଛି।
ଏହି ଖୁସିର ମାହୋଲ ମଧ୍ୟରେ ଗୁରୁବାର ଦଳର ସଦସ୍ୟମାନେ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଥିଲେ। ଅଧିନାୟକ ହରମନପ୍ରୀତ କୌର ସମସ୍ତ ଖେଳାଳିଙ୍କ ଦ୍ୱାରା ସ୍ୱାକ୍ଷରିତ ଏକ ଜର୍ସି ରାଷ୍ଟ୍ରପତିଙ୍କୁ ଭେଟି ଦେଇଥିଲେ ଏବଂ ବିଶ୍ୱକପ୍ ଟ୍ରଫି ମଧ୍ୟ ପ୍ରଦର୍ଶନ କରିଥିଲେ।
Powered by Froala Editor