୭ ଦାଦନ ଶ୍ରମିକ ଉଦ୍ଧାର, ଦଲାଲ ଗିରଫ
ଭୁବନେଶ୍ବର: ବଲାଙ୍ଗିର ଜିଲାରେ ୨ଶିଶୁଙ୍କ ସହ ଦାଦନ ଶ୍ରମିକ ଚାଲାଣ ହେଉଥିବା ସମୟରେ ଶିଶୁ ଓ ଦାଦନଙ୍କୁ ଉଦ୍ଧାର କରିବା ସହ ଜଣେ ଦଲାଲକୁ ଗିରଫ କରିଛି ପୁଲିସ୍ । ଖବର ଅନୁସାରେ ବଲାଙ୍ଗିର ଜିଲା ତୁରେକେଲା ରୋଡ଼ ରେଳ ଷ୍ଟେସନରୁ ୨ଶିଶୁଙ୍କ ସମେତ ୭ଦାଦନଙ୍କୁ ରାତି ସମୟରେ ରେଳଗାଡ଼ି ଯୋଗେ ହାଇଦ୍ରାବାଦ ପଠାଇବାକୁ ଯୋଜନା କରିଥିଲେ ଦଲାଲ ହଳନଭଟା ଗାଁର ଭମ୍ରରବର ସୁନା (୫୫) । ତୁରକେଲା ଓ ଲାଠୋର ପୁଲିସ ମିଳିତ ଭାବେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ମହୁଲପାଟି ନିକଟରୁ ଦଲାଲଙ୍କ ସମେତ ଶିଶୁ ଓ ଦାଦନ ଶ୍ରମିକଙ୍କୁ ଠାବ କରାଯାଇଛି ।
ଶ୍ରମିକ ମାନଙ୍କୁ ନିଜ ଗାଁ ହଳନଭାଟାରେ ଛାଡି ଦେଇଥିଲେ ପୁଲିସ୍ । ପରେ ଦଲାଲକୁ ଅଟକ ରଖି ତଦନ୍ତ ଜାରି ରଖିବା ସହ ଏକ ମାମଲା ରୁଜୁକରି କଣ୍ଟାବାଞ୍ଜି ଅଦାଲତ ଚାଲାଣ କରିଥିଲେ।
Powered by Froala Editor