ନବୀନଙ୍କ ପ୍ରାର୍ଥୀ ଚୋରୀ ମନ୍ତବ୍ୟରେ ଜବାବ ରଖି ଏମିତି କହିଲେ ପ୍ରଭାତି ପରିଡା
ଭୁବନେଶ୍ବର: ନବୀନଙ୍କ ପ୍ରାର୍ଥୀ ଚୋରୀ ମନ୍ତବ୍ୟରେ ଜବାବ ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ପ୍ରଭାତି କହିଛନ୍ତି ବିଶ୍ୱାସଘାତକତାର ଜବାବ ସୁଭଦ୍ରା ଭଉଣୀ ଦେବେ । ନୂଆପଡାବାସୀ ୨୪ବର୍ଷର ବିଶ୍ୱାସ ଘାତର ଜବାବ ଦେବାପାଇଁ ହିଁ ପ୍ରସ୍ତୁତ ହେଉଛନ୍ତି ।
ଗତକାଲି ନୂଆପଡାରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ପ୍ରଚାର କରିଥିଲେ ଦଳର ସଭାପତି ନବୀନ ପଟ୍ଟନାୟକ । ବିଜେପି ଉପରେ ସିଧାସଳଖ ବର୍ଷିବା ସହ ନବୀନ କହିଥିଲେ ଯେ ପୂର୍ବରୁ ଭୋଟ ଚୋରି କରୁଥିଲେ ଆଉ ଏବେ ପ୍ରାର୍ଥୀ ଚୋରି କରିଛନ୍ତି । ଏହାର ଜବାବ ଆଜି ପ୍ରଭାତି ସୋସିଆଲ ମିଡିଆରେ ଦେଇଛନ୍ତି ।
Powered by Froala Editor