ରେସନ କାର୍ଡ ହିତାଧିକାରୀଙ୍କୁ ଆଉ ଏକ ସୁଯୋଗ, ଡିସେମ୍ବର ୩୧ ପର୍ଯ୍ୟନ୍ତ ଇ-କେୱାଇସି ଅବଧି ବୃଦ୍ଧି
ଭୁବନେଶ୍ୱର : ଇ-କେୱାଇସି ସମ୍ପୂର୍ଣ୍ଣ କରିନଥିବା ରେସନ କାର୍ଡ ହିତାଧିକାରୀଙ୍କୁ ଆଉ ଏକ ସୁଯୋଗ ଦେଇଛନ୍ତି ରାଜ୍ୟ ସରକାର। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ଥିବା ରାଜ୍ୟର ସମସ୍ତ ପିଡ଼ିଏସ ହିତାଧିକାରୀଙ୍କ ଇ-କେୱାଇସି ଅବଧି ଡିସେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଫଳରେ ୨୦୨୫ ଅକ୍ଟୋବର ୩୧ ତାରିଖ ସୁଦ୍ଧା ଇ-କେୱାଇସି କରି ନଥିବା ରାଜ୍ୟର ବିଭିନ୍ନ ଜିଲାର ୧୫ ଲକ୍ଷ ୫୭ ହଜାର ରେସନକାର୍ଡ ଧାରୀଙ୍କୁ ଆଉ ଦୁଇମାସ ଅତିରିକ୍ତ ଅବଧିର ଏକ ସୁଯୋଗ ମିଳିଛି।
ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି ଯେ, ସମସ୍ତ ୧୧,୮୨୭ ଖାଉଟି ସୁଲଭ ମୂଲ୍ୟ ଦୋକାନ, ୩୧୪ ବ୍ଲକ୍ ଓ ୬୪ ପୌରାଞ୍ଚଳ କାର୍ଯ୍ୟାଳୟରେ ଥିବା ରେସନ କାର୍ଡ଼ ପରିଚାଳନା କେନ୍ଦ୍ରରେ ଇ-କେୱାଇସି କରାଯାଇପାରିବ।
Powered by Froala Editor