ଆମେରିକା ରାଷ୍ଟ୍ରପତିଙ୍କ ନାଁରେ ଫେକ୍ ଆଧାର ଆଇଡି
ଫେକ୍ ଆଇଡି ସେ ପୁଣି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ନାଁରେ । ହଁ ଏହା ବିଶ୍ୱାସ ନହେଲେ ବି ସତ । ଲୋକମାନେ ଫ୍ରଢ୍ କରିବାରେ ଏତେ ମାତିଗଲେଣି ଯେ, ଟ୍ରମ୍ପଙ୍କ ନାଁରେ ନକଲି ଆଧାର କାର୍ଡ ବି ବନେଇ ଦେଉଛନ୍ତି । ବିଶେଷ କରି ନିର୍ବାଚନ ସମୟ ଆସିଲେ ଏଭଳି ନକଲି ଆଇଡି ବହୁ ମାତ୍ରାରେ ଚାଲୁଛି । ଏମିତି କିଛି ଅଭିଯୋଗ ଆଣିଛନି ଏନ୍ସିପି (ଏସ୍ପି) ବିଧାୟକ ରୋହିତ ପାୱାର । ସେ କହିଛନ୍ତି, ଟ୍ରମ୍ପଙ୍କ ନାଁରେ ନକଲି ଆଧାର କାର୍ଡ ପ୍ରସ୍ତୁତି ଏବଂ ନକଲି ଭୋଟରଙ୍କୁ ପଞ୍ଜୀକୃତ କରିବାରେ ଏହାର ଉପଯୋଗ ବିଷୟରେ ଦର୍ଶାଉଛି ।
ସାଇବର ପୁଲିସ ଦୁଇଜଣ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ଜାଲିଆତି, ପରିଚୟ ଚୋରି, ମିଛ ଖବର ପ୍ରସାର ଆଦି ମାମଲାରେ ଏକ ମାମଲା ରୁଜୁ କରିଛି । ଗତ ୧୬ ତାରିଖରେ ରୋହିତ ପାୱାର ଅଭିଯୋଗ କରିଥିଲେ, ଗତ ବର୍ଷ ଲୋକସଭା ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ମହାୟୁତି ବିପକ୍ଷରେ ଫଳ ଅସିବା ପରେ ନକଲି ଭୋଟର ପଞ୍ଜୀକରଣ, ପ୍ରକୃତ ଭୋଟରଙ୍କ ନାଁ ହଟାଇବା ଏବଂ ଭୋଟରଙ୍କ ନାଁ ଦି’ଥର ପଞ୍ଜୀକରଣ ଭଳି ତ୍ରୁଟିପୂର୍ଣ୍ଣ କାର୍ଯ୍ୟ କରାଯାଇଥିଲା । ମୃତ ବ୍ୟକ୍ତିଙ୍କ ନାଁରେ ନକଲି ଭୋଟିଂ ହୋଇଥିଲା ବୋଲି ସେ ଅଭିଯୋଗ କରିଥିଲେ ।
ବିଜେପିର ସୋସିଆଲ ମିଡିଆ ସେଲ୍ ସହ-ସଂଯୋଜକ ଧନଞ୍ଜୟ ୱାଗାସ୍କର ଏକ ୟୁଟ୍ୟୁବ୍ ଚ୍ୟାନେଲରେ ଏହି ବିଷୟକୁ ଦେଖିଥିଲେ । ଏଥିରେ ତାଙ୍କ ପାର୍ଟିର ଜଣେ ପଦାଧିକାରୀଙ୍କ ବିରୋଧରେ ଅଭିଯୋଗ ମଧ୍ୟ ହୋଇଥିଲା । ଏହାକୁ ଗମ୍ଭୀରତାର ସହ ଗ୍ରହଣ କରି ୱାଗାସ୍କର ଉକ୍ତ ଅଜ୍ଞାତ ଆଧାର ପ୍ରସ୍ତୁତକର୍ତ୍ତା, ୱେବ୍ସାଇଟ୍ର ମାଲିକ ଏବଂ ଅନ୍ୟମାନଙ୍କ ବିରୋଧରେ ଥାନାରେ ଅଭିଯୋଗ ଦାଖଲ କରିଥିଲେ ।
Powered by Froala Editor