Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, March 16, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ପେଟ୍ରୋଲିୟମ୍ ଗ୍ୟାସ୍ ଟ୍ୟାଙ୍କର ...

  • ଏସସିବି ମୃତକଙ୍କ ପାଇଁ ୨ ଲକ୍ଷ ଟଙ୍କାର ...

  • ଇରାନର କ୍ଷେପଣାସ୍ତ୍ର ମାଡରେ ଇସ୍ରାଏଲରେ ...

  • ନିୟମିତ କ୍ଷୀର ପିଇଲେ ଦନ୍ତକ୍ଷୟଜନିତ ...

  • ଏକ୍ସପ୍ରେସୱେର ଭୂମି ପୂଜନ କଲେ ମୋଦୀ

  • ଆଜି ୫ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ...

  • ତୈଳ ଅଭାବର ପ୍ରଭାବ : ଥାଇଲାଣ୍ଡରେ ...

  • ସୁନା ଓ ରୂପା ଦର କେତେ ଅଛି ଜାଣନ୍ତୁ.....

  • LPG ସଙ୍କଟ : ୮୮ ଲକ୍ଷ ବୁକିଂ

  • ବିବାହ ବନ୍ଧନରେ ଷ୍ଟାର କ୍ରିକେଟର କୁଲଦୀପ

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ପିଲାଙ୍କ ସ୍ମରଣଶକ୍ତି କମାଉଛି ରିଲ୍ସ, ଶର୍ଟ ଭିଡିଓ

ପିଲାଙ୍କ ସ୍ମରଣଶକ୍ତି କମାଉଛି ରିଲ୍ସ, ଶର୍ଟ ଭିଡିଓ

2025-11-01 07:29:39
15988
Share:
Facebook
Twitter
E-Mail
WhatsApp
Telegram
ପିଲାଙ୍କ ସ୍ମରଣଶକ୍ତି କମାଉଛି ରିଲ୍ସ, ଶର୍ଟ ଭିଡିଓ

ଦିନକୁ ଦିନ ମୋବାଇଲ ଯେମିତି ନିଶା ପାଲଟିଗଲାଣି । ପିଲାଠୁ ବୁଢ଼ା ସମସ୍ତେ ପାଗଳପ୍ରାୟ ହୋଇଗଲେଣି । ଖାସ୍ କରି ପିଲାଙ୍କ ଠାରେ ରିଲ୍ସ ଦେଖା, ଗେମ୍ ଖେଳିବା ଚିନ୍ତାଜନକ ହୋଇଛି । ଏହା ସେମାନଙ୍କ ସ୍ୱାସ୍ଥ୍ୟକୁ ଗମ୍ଭୀର ଭାବେ ପ୍ରଭାବିତ କରୁଛି । ମୋବାଇଲ ନିଶା ଯୋଗୁ ସେମାନଙ୍କ ମାନସିକ ସ୍ଥିତି ବିଗୁଡ଼ୁଛି । ଉତ୍ତରାଖଣ୍ଡରେ ଥିବା ସୁଶୀଲା ତିୱାରୀ ହସ୍ପିଟାଲ(ଏସ୍‌ଟିଏଚ୍‌)ର ମାନସିକ ରୋଗ ଡାକ୍ତର ଯୁବରାଜ ପନ୍ତ କହିଛନ୍ତି, ରିଲ୍ ଏବଂ ଶର୍ଟ ଭିଡିଓ ପିଲାଙ୍କ ମସ୍ତିଷ୍କକୁ ଲଗାତର ବଦଳୁଥିବା ଛବି ପ୍ରତି ଆସକ୍ତ କରାଉଛି । ଫଳରେ ସେମାନେ କୌଣସି ଗୋଟିଏ କାମରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଧ୍ୟାନ କେନ୍ଦ୍ରୀଭୂତ କରିପାରୁନାହାନ୍ତି । ଏଥିଯୋଗୁ ପିଲାଙ୍କ ସ୍ମରଣ ଶକ୍ତି ଉପରେ ମଧ୍ୟ କୁପ୍ରଭାବ ପଡ଼ୁଛି । 

ଡାକ୍ତରଙ୍କ ଅନୁସାରେ, ପିଲାଙ୍କୁ ସେମାନଙ୍କ ଅଭିଭାବକ ଅଫ୍‌ଲାଇନ ଗତିବିଧି ଯେପରି ସନ୍ଧ୍ୟାରେ ଏକାଠି ଚାଲିବା, ପରିବାର ସହ କଥାବାର୍ତ୍ତା, ସାଙ୍ଗମାନଙ୍କ ସହ ପଡ଼ିଆରେ ଖେଳିବା ଆଦି ଲାଗି ପ୍ରେରିତ କରିବା ଉଚିତ । ଘରର ମାହୋଲ ଖୁସି ରହିଲେ ପିଲାମାନେ ପରିବାର ସହ ଜଡ଼ିତ ହୋଇପାରିବେ ଏବଂ ନିଜକୁ ସ୍କ୍ରିନ୍‌ରୁ ଦୂରେଇ ରଖିପାରିବେ । 

ନିକଟରେ ଏସ୍‌ଟିଏଚ୍ ହସ୍ପିଟାଲର ମାନସିକ ରୋଗ ବିଭାଗକୁ ପ୍ରତି ସପ୍ତାହରେ ୪ରୁ ୫ ଶିଶୁ ଏପରି ସମସ୍ୟା ନେଇ ଆସୁଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ପିଲାଙ୍କ ବୟସ ୧୨ରୁ ୧୭ ବର୍ଷ ମଧ୍ୟରେ ହେବ । ମୋବାଇଲ ନିଶା ଯୋଗୁ ସେମାନଙ୍କ ଫୋକସ୍ କମିବା ସହ ଅତିମାତ୍ରାରେ ଚିଡ଼ିଚିଡ଼ାପଣ ଦେଖାଯାଉଛି । ପ୍ରଥମେ ବାପା ମା’ ନିଜ ସୁବିଧା ପାଇଁ ତାଙ୍କ ହାତରେ ମୋବାଇଲ ଧରାଇ ଦେଉଛନ୍ତି । କିନ୍ତୁ ପରେ ସେହି ପିଲାମାନେ ଫୋନ୍ ନିଶାରେ ପଡ଼ିଯାଉଛନ୍ତି । ଏଥିଯୋଗୁ ପିଲାଙ୍କ ସାମାଜିକ ଜୀବନ ଯାତ୍ରା କମିଯାଉଛି । 

ପିଲାମାନେ ଏବେ ପରିବାର ଅପେକ୍ଷା ସ୍କ୍ରିନ୍ ସହ ଜଡ଼ିତ ହେବାକୁ ବେଶୀ ପସନ୍ଦ କରୁଛନ୍ତି । ଏହା ସେମାନଙ୍କ ଆଚରଣ ଏବଂ ଭାବନାତ୍ମକ ସନ୍ତୁଳନକୁ ପ୍ରଭାବିତ କରୁଛି । ବିଶେଷଜ୍ଞଙ୍କ ମତରେ, ଅତିମାତ୍ରାରେ ମୋବାଇଲ ବ୍ୟବହାର ଦ୍ୱାରା ପିଲାଙ୍କ ପାଠପଢ଼ାରେ ମନ ଲାଗୁନି । କୌଣସି ଜିନିଷ କିମ୍ବା କାର୍ଯ୍ୟରେ ଧ୍ୟାନ କେନ୍ଦ୍ରୀଭୂତ କରିବା କ୍ଷମତା କମୁଛି । ସୋସିଆଲ ମିଡିଆରେ ନକାରାତ୍ମକ କଣ୍ଟେଣ୍ଟ ସେମାନଙ୍କ ମଧ୍ୟରେ ଚିନ୍ତା, ମାନସିକ ଦୁଃଶ୍ଚିନ୍ତା ଏବଂ କ୍ରୋଧ ବଢ଼ାଉଛି । ସ୍ମରଣ ଶକ୍ତି କମୁଛି । 

ଅନ୍ୟପକ୍ଷରେ ମୋବାଇଲ ନିଶାରେ ପାଗଳ ହୋଇ ପିଲାମାନେ ଅନେକ ସମୟରେ ସମସ୍ୟା ସୃଷ୍ଟି କରିବା ସହ ନିଜେ ସମସ୍ୟାରେ ମଧ୍ୟ ପଡ଼ୁଛନ୍ତି । ହଲଦ୍ୱାନିରେ ଜଣେ ଏକାଦଶ ଛାତ୍ରଙ୍କୁ ତାଙ୍କ ବାପାମା’ ଇଣ୍ଟରନେଟ ଦେବେନାହିଁ ବୋଲି କହିବା ପରେ ସେ ଘର ଛାଡ଼ି ପଳାଇଥିଲେ । ପୁଲିସ ପରେ ଛାତ୍ରଙ୍କୁ ଦିଲ୍ଲୀରୁ ଠାବ କରିଥିଲା । ଆଉ ଜଣେ ୧୦ମ ଛାତ୍ରଙ୍କୁ ତାଙ୍କ ପରିବାର ମୋବାଇଲ ଅଧିକ ସମୟ ନ ଧରିବାକୁ ତାଗିଦ୍ କରିବାରୁ ସେ ସ୍କୁଲ ଯିବା ବନ୍ଦ କରିଦେଇଥିଲେ । ପରେ ଡାକ୍ତର ତାଙ୍କ କାଉନ୍‌ସେଲିଂ କରାଇବାରୁ ସେ ଏବେ ମାନସିକ ଭାବେ ସ୍ଥିର ଥିବା ଜଣାପଡ଼ିଛି । 

Powered by Froala Editor

Tags reels

Related articles Odisha News Lens 4.1

  • ନିୟମିତ କ୍ଷୀର ପିଇଲେ ଦନ୍ତକ୍ଷୟଜନିତ ସମସ୍ୟା ହେବ ଦୂର
    ବିଶେଷ

    ନିୟମିତ କ୍ଷୀର ପିଇଲେ ଦନ୍ତକ୍ଷୟଜନିତ ସମସ୍ୟା ହେବ ଦୂର

    13658
    Mar 15, 2026
  • ଆଜି ୫ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ହେବ ଘୋଷଣା
    ଦେଶ-ଦେଶାନ୍ତର

    ଆଜି ୫ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ହେବ ଘୋଷଣା

    13721
    Mar 15, 2026
  • ଏକ୍ସପ୍ରେସୱେର ଭୂମି ପୂଜନ କଲେ ମୋଦୀ
    ଦେଶ-ଦେଶାନ୍ତର

    ଏକ୍ସପ୍ରେସୱେର ଭୂମି ପୂଜନ କଲେ ମୋଦୀ

    14625
    Mar 15, 2026
  • ଇରାନର କ୍ଷେପଣାସ୍ତ୍ର ମାଡରେ ଇସ୍ରାଏଲରେ ୮ ଆହତ
    ଦେଶ-ଦେଶାନ୍ତର

    ଇରାନର କ୍ଷେପଣାସ୍ତ୍ର ମାଡରେ ଇସ୍ରାଏଲରେ ୮ ଆହତ

    14605
    Mar 16, 2026
  • LPG ସଙ୍କଟ : ୮୮ ଲକ୍ଷ ବୁକିଂ
    ଦେଶ-ଦେଶାନ୍ତର

    LPG ସଙ୍କଟ : ୮୮ ଲକ୍ଷ ବୁକିଂ

    14356
    Mar 15, 2026
  • ପେଟ୍ରୋଲିୟମ୍ ଗ୍ୟାସ୍ ଟ୍ୟାଙ୍କର ଶିବାଲିକ୍ ପହଞ୍ଚିଲା ଗୁଜରାଟର ମୁନ୍ଦ୍ରା ବନ୍ଦରରେ
    ଦେଶ-ଦେଶାନ୍ତର

    ପେଟ୍ରୋଲିୟମ୍ ଗ୍ୟାସ୍ ଟ୍ୟାଙ୍କର ଶିବାଲିକ୍ ପହଞ୍ଚିଲା ଗୁଜରାଟର ମୁନ୍ଦ୍ରା ବନ୍ଦରରେ

    13984
    Mar 16, 2026
  • ଏସସିବି ମୃତକଙ୍କ ପାଇଁ ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କଲେ ...
    ଦେଶ-ଦେଶାନ୍ତର

    ଏସସିବି ମୃତକଙ୍କ ପାଇଁ ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କଲେ ...

    13569
    Mar 16, 2026
  • ବିବାହ ବନ୍ଧନରେ ଷ୍ଟାର କ୍ରିକେଟର କୁଲଦୀପ
    ମନୋରଞ୍ଜନ

    ବିବାହ ବନ୍ଧନରେ ଷ୍ଟାର କ୍ରିକେଟର କୁଲଦୀପ

    14678
    Mar 15, 2026
  • ତୈଳ ଅଭାବର ପ୍ରଭାବ : ଥାଇଲାଣ୍ଡରେ “ଓ଼୍ବାର୍କ ଫର୍ମ ହୋମ”, ଫିଲିପାଇନ୍ସରେ ୪ ଦିନିଆ ...
    ଦେଶ-ଦେଶାନ୍ତର

    ତୈଳ ଅଭାବର ପ୍ରଭାବ : ଥାଇଲାଣ୍ଡରେ “ଓ଼୍ବାର୍କ ଫର୍ମ ହୋମ”, ଫିଲିପାଇନ୍ସରେ ୪ ଦିନିଆ ...

    13690
    Mar 15, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ସୁନା ଓ ରୂପା ଦର କେତେ ଅଛି ଜାଣନ୍ତୁ.....

    15033
    Mar 15, 2026
  • ଦେଶ-ଦେଶାନ୍ତର

    ଆଜି ୫ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ହେବ ଘୋଷଣା

    13721
    Mar 15, 2026
  • ଦେଶ-ଦେଶାନ୍ତର

    ଏକ୍ସପ୍ରେସୱେର ଭୂମି ପୂଜନ କଲେ ମୋଦୀ

    14625
    Mar 15, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17372
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17436
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17782
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16254
    Apr 03, 2021

ବିଶେଷ

  • ନିୟମିତ କ୍ଷୀର ପିଇଲେ ଦନ୍ତକ୍ଷୟଜନିତ ସମସ୍ୟା ହେବ ଦୂର

    13658
    Mar 15, 2026
  • ବର୍ଷେ ପୂର୍ବରୁ ପିଲାଙ୍କ ଖାଦ୍ୟରେ ଲୁଣ ଦେବା ସ୍ୱାସ୍ଥ୍ୟ ପାଇଁ ହୋଇପାରେ କ୍ଷତିକାରକ

    14182
    Mar 14, 2026
  • ସପ୍ତାହରେ ତିନିରୁ ଚାରି ଥର ପିଅନ୍ତୁ ଚା

    13940
    Mar 12, 2026
  • ଏହି ରୋଗୀ ଖାଆନ୍ତୁନି ତରଭୁଜ

    14510
    Mar 11, 2026
  • ପିଲାଙ୍କ ସୋସିଆଲ ସ୍କିଲ୍‌ ପାଇଁ ଆପଣାନ୍ତୁ ଏହିସବୁ ଟିପ୍ସ.....

    15125
    Mar 08, 2026

ବାଣିଜ୍ୟ

ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଏବଂ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ ବିଜ୍ଞାନ ଓ ନବସୃଜନ ସହଯୋଗୀତା ମଜଭୁତ କରିବାକୁ ରଣକୋ÷ଶଳାତ୍ମକ ଏମ୍‌ଓୟୁରେ ସ୍ୱାକ୍ଷର କଲେ

ଭୁବନେଶ୍ୱର: ଦି ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ (ୟୁଡବ୍ଲୁ୍ଏ) ଏବଂ ସାଇନ୍ସ ଆଣ୍ଡ୍‌ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ (ଅଫିସ ଅଫ୍‌ ଦି ପ୍ରିନସିପାଲ ସାଇଣ୍ଟିଫିକ ...

  • ନିଭାୟେଙ୍ଗେ ଅଲୱେଜ: ଖିମଜୀ ଜୁଏଲର୍ସ ପକ୍ଷରୁ ଚିରକାଳ ପ୍ରତିଶ୍ରୁତିର ଉତ୍ସବ ପାଳନ

    15681
    Feb 23, 2026
  • ୧ ଏପ୍ରିଲରୁ ନୂତନ ଆୟକର ଆଇନ

    15143
    Feb 09, 2026
  • ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ, ୨୦୨୩ ଅଧୀନରେ ଋୟାଲ ଆର୍କେଡ, ଭୁବନେଶ୍ୱର ଏକ ମାନଦଣ୍ଡ ସ୍ଥାପନ କଲା

    14993
    Feb 08, 2026
  • ଭୁଶୁଡିଲା ସେୟାର ମାର୍କେଟ

    14503
    Feb 01, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ବିବାହ ବନ୍ଧନରେ ଷ୍ଟାର କ୍ରିକେଟର କୁଲଦୀପ

    14678
    Mar 15, 2026
  • ଇରାନର କ୍ଷେପଣାସ୍ତ୍ର ମାଡରେ ଇସ୍ରାଏଲରେ ୮ ଆହତ

    14605
    Mar 16, 2026
  • ଆଜି ୫ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ହେବ ଘୋଷଣା

    13721
    Mar 15, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In