ଅମିତାଭଙ୍କ ପାଦ ଛୁଇଁବା ପରେ ଦିଲଜିତଙ୍କୁ ଧମକ
ଅମିତାଭ ବଚ୍ଚନଙ୍କ ପାଦ ଛୁଇଁବା ପରେ ପଞ୍ଜାବୀ ଗାୟକ ତଥା ଅଭିନେତା ଦିଲଜିତ୍ ଦୋସାଞ୍ଜଙ୍କୁ ଧମକ ମିଳିଛି। ଶିଖସ ଫର ଜଷ୍ଟିସ (SFJ) କହିଛି ଯେ ଅମିତାଭ ବଚ୍ଚନଙ୍କ ପାଦ ଛୁଇଁ ‘୧୯୮୪ ଶିଖ ହତ୍ୟାକାଣ୍ଡର ପ୍ରତ୍ୟେକ ପୀଡିତ, ପ୍ରତ୍ୟେକ ବିଧବା ଏବଂ ପ୍ରତ୍ୟେକ ଅନାଥଙ୍କୁ ଅପମାନିତ କରିଛନ୍ତି।’ ଏଥିସହ ଅଷ୍ଟ୍ରେଲିଆରେ ନଭେମ୍ବର ୧ ତାରିଖରେ ହେବାକୁ ଥିବା ଦିଲଜିତଙ୍କ କନସର୍ଟକୁ 'ବନ୍ଦ' କରିବାକୁ ଅଡି ବସିଛି। କାରଣ ଏହି ଦିନ ଅର୍ଥାତ ନଭେମ୍ବର ୧କୁ ଶିଖ ଗଣହତ୍ୟା ସ୍ମାରକୀ ଦିବସ ଭାବରେ ପାଳନ କରାଯାଏ।
ରିପୋର୍ଟ ଅନୁଯାୟୀ, ଖାଲିସ୍ତାନ ସମର୍ଥକ ସଂଗଠନ ଶିଖ୍ସ ଫର୍ ଜଷ୍ଟିସ୍ ଏକ ବିବୃତ୍ତି ଜାରି କରି କହିଛି ଯେ ଦିଲଜିତ୍ ଦୋସାଞ୍ଜ "କୌନ୍ ବନେଗା କରୋଡ଼ପତି ୧୭" ରେ ବଲିଉଡ୍ ଅଭିନେତା ଅମିତାଭ ବଚ୍ଚନଙ୍କ ପାଦ ଛୁଇଁ ୧୯୮୪ ମସିହାରେ ଶିଖ୍ ଦଙ୍ଗା ଘଟଣାର ପ୍ରତ୍ୟେକ ପୀଡିତ, ବିଧବା ଏବଂ ଅନାଥଙ୍କୁ ଅପମାନିତ କରିଛନ୍ତି। କାରଣ ଅମିତାଭ ବଚ୍ଚନ ୧୯୮୪ ମସିହା ଡିସେମ୍ବର ୩୧ରେ "ଖୁନ୍ କା ଅବଦାଲା ଖୁନ୍" (ରକ୍ତ ପାଇଁ ରକ୍ତ) ନାରା ଦେଇ ଭାରତୀୟ ଜନତାଙ୍କୁ ସାର୍ବଜନୀନ ଭାବରେ ଉସୁକାଇଥିଲେ, ଯାହା ଫଳରେ ସାରା ଭାରତରେ ଅନେକ ଶିଖଙ୍କ ମୃତ୍ୟୁ ହୋଇଥିଲା।
ଏକ ଇଂରାଜୀ ୱେବସାଇଟରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଶିଖସ୍ ଫର୍ ଜଷ୍ଟିସ (SFJ) ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ପାଦ ଛୁଇଁବା ପରେ ପଞ୍ଜାବୀ ଗାୟକ-ଅଭିନେତା ଦିଲଜିତ ଦୋସାଞ୍ଜଙ୍କ କନସର୍ଟ ବନ୍ଦ କରିବାକୁ ଧମକ ଦେଇଛି।
Powered by Froala Editor