ପାରାଦ୍ୱୀପ ପୋର୍ଟ ପକ୍ଷରୁ ପ୍ରସ୍ତୁତ ଷ୍ଟଲ ବୁଲି ଦେଖିଲେ ପ୍ରଭାତୀ ପରିଡା
ମୁମ୍ବଇ: ମୁମ୍ବଇରେ ଆୟୋଜିତ ଇଣ୍ଡିଆ ମାରିଟାଇମ୍ ୱିକ୍ ଅବସରରେ ଅନୁଷ୍ଠିତ ସାମୁଦ୍ରିକ ଐତିହ୍ୟ ଦିବସରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଯୋଗଦେଇଥିଲେ। ଏହି ଅବସରରେ ସେ ପାରାଦ୍ୱୀପ ପୋର୍ଟ ପକ୍ଷରୁ ପ୍ରସ୍ତୁତ ଷ୍ଟଲ ବୁଲି ଦେଖିଥିଲେ। ପାରାଦ୍ୱୀପ ବନ୍ଦର ପ୍ରାଧିକରଣର ମୁଖ୍ୟ ଜନସମ୍ପର୍କ ପ୍ରବନ୍ଧକ ରତିକାନ୍ତ ନାୟକ ଉପମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ପୂର୍ବକ ପାରାଦ୍ବୀପ ବନ୍ଦରର ଆଗାମୀ ଦିନର ବିଭିନ୍ନ ପ୍ରକଳ୍ପ ଓ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ।
Powered by Froala Editor