ଦୁଇ ରାଜ୍ୟର ଭୋଟର ଲିଷ୍ଟରେ ପ୍ରଶାନ୍ତ କିଶୋରଙ୍କ ନାଁ, ନୋଟିସ୍ ପଠାଇଲେ ନିର୍ବାଚନ କମିଶନ
ବିହାର ବିଧାନସଭା ନିର୍ବାଚନ ମଧ୍ୟରେ ଜନ ସୁରାଜ ପାର୍ଟିର ସୂତ୍ରଧର ପ୍ରଶାନ୍ତ କିଶୋରଙ୍କୁ ନିର୍ବାଚନ କମିଶନ ନୋଟିସ୍ ପଠାଇଛନ୍ତି। ପ୍ରଶାନ୍ତ କିଶୋରଙ୍କ ନାଁ ପଶ୍ଚିମବଙ୍ଗ ଓ ବିହାର , ଦୁଇ ରାଜ୍ୟର ଭୋଟର ଲିଷ୍ଟରେ ସାମିଲ ଅଛି। ନିର୍ବାଚନ କମିଶନ ତାଙ୍କୁ ୩ଦିନ ମଧ୍ୟରେ ନିଜର ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ପ୍ରଶାନ୍ତ କିଶୋରଙ୍କ ନାମ କୋଲକାତାର ୧୨୧ କାଲିଘାଟ ରୋଡରେ ତାଲିକାଭୁକ୍ତ। ଏହା ସେହି ସମାନ ଠିକଣା ଯେଉଁଠାରେ ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟାଳୟ ଅବସ୍ଥିତ। ଏହି ଅଞ୍ଚଳ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭବାନୀପୁର ନିର୍ବାଚନମଣ୍ଡଳୀ ମଧ୍ୟରେ ପଡ଼ିଥାଏ। ପ୍ରଶାନ୍ତ କିଶୋର ୨୦୨୧ ବଙ୍ଗଳା ବିଧାନସଭା ନିର୍ବାଚନରେ ଟିଏମସି ପାଇଁ ନିର୍ବାଚନ ରଣନୀତିକାର ଭାବରେ କାର୍ଯ୍ୟ କରିଥିଲେ। ସେଠାରେ ତାଙ୍କର ମତଦାନ କେନ୍ଦ୍ର ସେଣ୍ଟ ହେଲେନ ସ୍କୁଲ, ବି. ରାଣୀଶଙ୍କରୀ ଲେନ ଭାବରେ ତାଲିକାଭୁକ୍ତ।
ବିହାରର ରୋହତାସ ଜିଲାର କୋନାର ଗାଁର ଭୋଟର୍ ତାଲିକାରେ ମଧ୍ୟ ତାଙ୍କ ନାମ ତାଲିକାଭୁକ୍ତ। ଏହା ପ୍ରଶାନ୍ତ କିଶୋରଙ୍କ ପୈତୃକ ଗ୍ରାମ, ଯାହା ସାସାରାମ ସଂସଦୀୟ କ୍ଷେତ୍ର ମଧ୍ୟରେ କରଗାହାର ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରେ ପଡ଼ିଥାଏ। ଏଠାରେ ତାଙ୍କର ମତଦାନ କେନ୍ଦ୍ର ହେଉଛି ମଧ୍ୟ ବିଦ୍ୟାଳୟ, କୋଅଁର।
କମିଶନ ପିକେଙ୍କ ଠାରୁ ଦୁଇଟି ଭୋଟର ଆଇଡି ରଖିବା ମାମଲାରେ ଜବାବ ମାଗିଛନ୍ତି। ରୋହତାସ ଜିଲ୍ଲାର କରଗହର ବିଧାନସଭା ଅଞ୍ଚଳର ନିର୍ବାଚନ ଅଧିକାରୀଙ୍କ ଡିସିଏଲଆର ସାସାରାମଙ୍କ ପକ୍ଷରୁ ମଙ୍ଗଳବାର ଏହି ନୋଟିସ ଜାରି କରାଯାଇଛି।
ନୋଟିସ୍ରେ ଲେଖାଯାଇଛି ଯେ, ଏକ ଖବରକାଗଜ ରିପୋର୍ଟ ଅନୁସାରେ, ପ୍ରଶାନ୍ତ କିଶୋରଙ୍କ ନାଁ ବିହାର ଓ ପଶ୍ଚିମବଙ୍ଗ ଦୁଇ ରାଜ୍ୟର ନିର୍ବାଚନ ତାଲିକାରେ ଉଲ୍ଲେଖ ରହିଛି। ଅନ୍ୟପଟେ , ଜନ ସୁରାଜ ପାର୍ଟିର କହିବାନୁସାରେ ପ୍ରଶାନ୍ତ କିଶୋର ଯେବେ ପଶ୍ଚିମବଙ୍ଗରେ ରହୁଥିଲେ , ସେତେବେଳେ ସେ ନିଜ ନାଁ ସେଠାର ଭୋଟର ତାଲିକାରେ ରୁଜୁ କରାଇ ଥିଲେ। ଏବେ ସେ ବିହାରରେ ରହୁଛନ୍ତି ଏବଂ କରହଗରରୁ ତାଙ୍କ ନାଁ ଭୋଟ ଲିଷ୍ଟରେ ଅଛି।
Powered by Froala Editor