କ୍ରାଇମ ସିରିଜ୍ ଦେଖି ଲିଭ୍-ଇନ ପାର୍ଟନରକୁ ହତ୍ୟା
ଦିଲ୍ଲୀର ଗାନ୍ଧୀ ବିହାର ଅଞ୍ଚଳରେ ୟୁପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ରାମକେଶ ମିଣାଙ୍କ ହତ୍ୟା ରହସ୍ୟ ଘେରରେ ଥିବା ବେଳେ ସମ୍ପ୍ରତି ଏହା ଉପରୁ ପର୍ଦ୍ଦା ଉଠି ଯାଇଛି। ଅକ୍ଟୋବର ୬ରେ ଗାନ୍ଧୀ ବିହାର ଅଞ୍ଚଳର ଏକ ଫ୍ଲାଟରେ ଜଣେ ଯୁବକଙ୍କ ପୋଡ଼ିଯାଇଥିବା ମୃତଦେହ ମିଳିଥିଲା। ପ୍ରାରମ୍ଭରେ ପୋଲିସ ଏହି ମାମଲାକୁ ଏକ ଦୁର୍ଘଟଣା ଭାବରେ ଗ୍ରହଣ କରିଥିଲା, କିନ୍ତୁ ତଦନ୍ତ ଆଗକୁ ବଢ଼ିବା ସହିତ ହତ୍ୟାକାଣ୍ଡ ଗୋଟିଏ ପରେ ଗୋଟିଏ ପ୍ରଘଟ ହୋଇଥିଲା। ପୋଲିସ ମୃତକଙ୍କ ଲିଭ-ଇନ ପାର୍ଟନର ଏବଂ ପୂର୍ବତନ ପ୍ରେମିକ ସମେତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି।
ରାମକେଶଙ୍କ ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ତାଙ୍କ ଲିଭ-ଇନ ପାର୍ଟନରଙ୍କ ସମେତ ଦୁଇଜଣ ସାଥୀଙ୍କୁ ଗିରଫ କରାଯାଇଛି। ଗିରଫ ତିନିଜଣଙ୍କ ନାମ ଅମୃତା ଚୌହ୍ବାନ (୨୧), ସୁମିତ କଶ୍ୟପ (୨୭) ଓ ସନ୍ଦୀପ କୁମାର (୨୯) ଥିବା ଜଣାପଡ଼ିଛି। ଏମାନେ ସମସ୍ତେ ମୁରାଦାବାଦର ବାସିନ୍ଦା ଥିବା ଉତ୍ତର ଦିଲ୍ଲୀର ଡିସିପି ରାଜା ବଣ୍ଟିଆ ସୂଚନା ଦେଇଛନ୍ତି।
ଅମୃତା ଚୌହ୍ବାନ ଅଭିଯୋଗ କରି କହିଛନ୍ତି, ‘ମୃତକ ରାମକେଶ ମୋର ଅଶ୍ଳୀଳ ଫଟୋ ଓ ଭିଡିଓ କରି ଫୋନ ଓ ଲ୍ୟାପଟପରେ ରଖିଥିଲା। ମୁଁ ଏହାକୁ ଡିଲିଟ ପାିଇଁ କହିବାରୁ ରାମକେଶ ରୋକଠୋକ ମନା କରି ଦେଇଥିଲା। ରାଗରେ ମୁଁ ତାକୁ ହତ୍ୟା କରିବାକୁ ସ୍ଥିର କରିଥିଲି। ଏଥିପାଇଁ ଅନେକ କ୍ରାଇମ ସିରିଜ ମଧ୍ୟ ଦେଖିଥିଲି। ଏହି ସିରିଜ ଦେଖିବା ପରେ ରାମକେଶକୁ କିଭଳି ହତ୍ୟା କରିବାର ଅଛି ସେ ଉପାୟ ପାଇ ଯାଇଥିଲି।’ ଅମୃତା ତାଙ୍କ ପୂର୍ବତନ ପ୍ରେମିକ ଏବଂ ତାଙ୍କ ବନ୍ଧୁଙ୍କ ସହିତ ମିଶି ପ୍ରଥମେ ରାମକେଶଙ୍କୁ ଗଳାକାଟି ହତ୍ୟା କରିଥିଲେ ଏବଂ ତା’ପରେ କୋଠରୀରେ ନିଆଁ ଲଗାଇ ଦେଇଥିଲେ।
ଅକ୍ଟୋବର ୬ ତାରିଖରେ ଗାନ୍ଧି ବିହାରର ଚତୁର୍ଥ ମହଲାରେ ନିଆଁ ଲାଗିବାର ସୂଚନା ମିଳିଥିଲା। ପ୍ରାରମ୍ଭିକ ସୂଚନାରେ ଏସି ବିସ୍ଫୋରଣ ହେତୁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଥିଲା। ସିସିଟିଭି ଯାଞ୍ଚରେ ଦୁଇଜଣ ବ୍ୟକ୍ତି ରାମକେଶଙ୍କ ଘର ଭିତରୁ ବାହାରୁଥିବା ଦେଖିବାକୁ ମିଳୁଥିଲା। ପୁଲିସ ତଦନ୍ତକୁ କଡ଼ାକଡ଼ା କରି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲା।
Powered by Froala Editor