Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, November 23, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ୪,୦୦୦ ଅଗ୍ନିବୀରଙ୍କ ତଥ୍ୟ ଚୋରି କଲା ...

  • ଗିନିଜ୍ ବୁକ୍‌ ରେ ୱାର୍ଲ୍ଡ ରେକର୍ଡ କଲା GTA-6

  • କାର୍ ପାଇଁ ବିବାହ କରିବାକୁ ମନା କରିଦେଲା ...

  • ବିସଲେରୀରେ କର୍କଟ ସୃଷ୍ଟିକାରୀ ପଦାର୍ଥ

  • ସୁନାକୁ ନେଇ ମୋଦୀ କହିଲେ ଏମିତି କଥା, ...

  • ଭଗବାନ ବାଲାଜୀଙ୍କୁ ୧୨୧ କିଲୋଗ୍ରାମ ସୁନା ...

  • ଭାରତରେ ପହଞ୍ଚିଲେ ନେପାଳ ପ୍ରଧାନମନ୍ତ୍ରୀ

  • ବଡ ଝିଅକୁ ଖୋଜୁଛନ୍ତି ମୁସ୍କାନ

  • ଭାରତ ଗସ୍ତରେ ଆସିବେ ନେପାଳ ...

  • ଜରୁରୀ ନଥିଲେ ସୁନା ନ କିଣିବାକୁ ...

ରାଜ୍ୟ
Home ›› ରାଜ୍ୟ ›› ଅବପାତରେ ପରିଣତ ହେଲା ସାମୁଦ୍ରିକ ଝଡ଼ ‘ମନ୍ଥା’, ପ୍ରବଳରୁ ଅତି ପ୍ରବଳ ବର୍ଷା ସାଙ୍ଗକୁ ପବନ

ଅବପାତରେ ପରିଣତ ହେଲା ସାମୁଦ୍ରିକ ଝଡ଼ ‘ମନ୍ଥା’, ପ୍ରବଳରୁ ଅତି ପ୍ରବଳ ବର୍ଷା ସାଙ୍ଗକୁ ପବନ

2025-10-26 06:16:44
14980
Share:
Facebook
Twitter
E-Mail
WhatsApp
Telegram
 ଅବପାତରେ ପରିଣତ ହେଲା ସାମୁଦ୍ରିକ ଝଡ଼ ‘ମନ୍ଥା’, ପ୍ରବଳରୁ ଅତି ପ୍ରବଳ ବର୍ଷା ସାଙ୍ଗକୁ ପବନ

ଭୁବନେଶ୍ବର : ଗଭୀର ଅବପାତରେ ପରିଣତ ହେଲା ସାମୁଦ୍ରିକ ଝଡ଼ ‘ମନ୍ଥା’। ଗତ ୬ ଘଣ୍ଟା ଧରି ଘଣ୍ଟା ପ୍ରତି ୧୦ କିଲୋମିଟର ବେଗରେ ଏହା ସ୍ଥଳଭାଗ ଆଡକୁ ଗତି କରୁଛି। ଆସନ୍ତା ୨୪ ଘଣ୍ଟାରେ ବାତ୍ୟାର ସମ୍ଭାବନା ରହିଛି। ବର୍ତ୍ତମାନ ଗଭୀର ଅବପାତଟି ଗୋପାଳପୁରଠାରୁ ୯୫୦ କିଲୋମିଟର ଏବଂ କାକିନଡାଠାରୁ ୮୪-୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ରହିଛି। ସ୍ଥଳଭାଗକୁ ଆସିବା ପୂର୍ବରୁ ଏହା ଭୀଷଣ ରୂପ ଧାରଣ କରିବ। ଆସନ୍ତା ୨୮ ତାରିଖ ସନ୍ଧ୍ୟା କିମ୍ବା ରାତିରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ଅଛି। ବାତ୍ୟା ‘ମନ୍ଥା’ ସ୍ଥଳଭାଗ ଛୁଇଁବା ସମୟରେ ଆନ୍ଧ୍ରରେ ଘଣ୍ଟାପ୍ରତି ୯୦ରୁ ୧୦୦କି.ମି ଏବଂ ସ୍ଥଳବିଶେଷରେ ଝଟକା ପବନର ବେଗ ଘଣ୍ଟାପ୍ରତି ୧୧୦କି.ମି. ଛୁଇଁପାରେ। ବାତ୍ୟା ଆନ୍ଧ୍ରପ୍ରଦେଶ ଉପକୂଳରେ ମାଡ଼ ହେଲେ ବି ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସାଙ୍ଗକୁ ପବନ ବହିବ। ଦକ୍ଷିଣ ଓଡ଼ିଶା ଜିଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାବେଳେ ଆଭ୍ୟନ୍ତରୀଣ ଓଡ଼ିଶାରେ ଅତି ପ୍ରବଳ ଏବଂ ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ପ୍ରବଳ ବର୍ଷାର ଆଶଙ୍କା ରହିଛି। ସେହିପରି ସମୁଦ୍ର ଅଶାନ୍ତ କାରଣରୁ ମତ୍ସ୍ୟଜୀବୀ ଆସନ୍ତା ୩୦ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ନଯିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ବନ୍ଦରଗୁଡ଼ିକୁ ୩ନମ୍ବର ବିପଦ ସଙ୍କେତ ଦିଆଯାଇଛି।ସମ୍ଭାବ୍ୟ ବାତ୍ୟା ଆନ୍ଧ୍ରପ୍ରଦେଶରେ ତାଣ୍ଡବ ରଚିବାକୁ ଥିବାବେଳେ ଓଡ଼ିଶାକୁ ଅତି ପ୍ରବଳ ବର୍ଷା ଭୟ ରହିଛି। ଶନିବାର ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଅବପାତ ସୃଷ୍ଟି ହୋଇଛି। ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି। ଅଧିକ ଘନୀଭୂତ ହୋଇ  ଗଭୀର ଅବପାତ ଏବଂ ୨୭ତାରିଖ ସକାଳେ ବାତ୍ୟାରେ ପରିଣତ ହେବ। ପରେ ‘ମନ୍ଥା’ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ। ତା’ପରେ ଗତିପଥ ସାମାନ୍ୟ ପରିବର୍ତ୍ତନ କରି ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ମୁହାଁଇ ୨୮ତାରିଖ ସକାଳେ ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହେବ। ପରବର୍ତ୍ତୀ କାଳରେ ସେହି ଗତିପଥ ବଜାୟ ରଖି ୨୮ତାରିଖ ସନ୍ଧ୍ୟା କିମ୍ବା ରାତିରେ ସ୍ଥଳଭାଗ ଅତିକ୍ରମ କରିବ। ଅବପାତ ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜର ପୋର୍ଟ‌େ‌ବ୍ଲୟାରଠାରୁ ପଶ୍ଚିମ-ଦକ୍ଷିଣ-ପଶ୍ଚିମରେ ୪୬୦କି.ମି. ଦୂରରେ କେନ୍ଦ୍ରୀଭୂତ ହେଉଥିବା ବେଳେ ତାମିଲନାଡୁର ଚେନ୍ନଇଠାରୁ ପୂର୍ବ-ଦକ୍ଷିଣ-ପୂର୍ବରେ ୯୫୦କି.ମି., ଆନ୍ଧ୍ରପ୍ରଦେଶର ବିଶାଖାପାଟଣାଠାରୁ ଦକ୍ଷିଣ-ପୂର୍ବରେ ୯୬୦କି.ମି., ଆନ୍ଧ୍ରପ୍ରଦେଶର କାକିନାଡ଼ାଠାରୁ ଦକ୍ଷିଣ-ପୂର୍ବରେ ୯୭୦କି.ମି. ଏବଂ ଓଡ଼ିଶାର ଗୋପାଳପୁରଠାରୁ ଦକ୍ଷିଣ-ଦକ୍ଷିଣ-ପୂର୍ବରେ ୧୦୩୦ କି.ମି. ଦୂରରେ ରହିଛି।
ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ବୁଲେଟିନ୍ ସୂଚନାନୁଯାୟୀ, ୨୭ରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, କନ୍ଧମାଳ, ନବରଙ୍ଗପୁର, କଳାହାଣ୍ଡି ଏବଂ ଗଞ୍ଜାମ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ତେଣୁ ଉପରୋକ୍ତ ଜିଲାଗୁଡ଼ିକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ନୂଆପଡ଼ା, ବଲାଙ୍ଗିର, ବୌଦ୍ଧ, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ଜିଲାରେ ପ୍ରବଳ ବର୍ଷା ହେବ। ଏହି ଜିଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ୭ରୁ ୧୧ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷାର ସମ୍ଭାବନା ଅଛି। ଏହି ଦିନ ଉପରୋକ୍ତ ଜିଲାରେ ଘଣ୍ଟାପ୍ରତି ୩୦ରୁ ୪୦କି.ମି. ଏବଂ ସ୍ଥଳବିଶେଷରେ ଘଣ୍ଟାପ୍ରତି ୫୦କି.ମି. ବେଗରେ ପବନ ବହିପାରେ। ୨୮ରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଏବଂ ଗଞ୍ଜାମ ଜିଲାକୁ ଅତି ପ୍ରବଳ ବର୍ଷା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ନୂଆପଡ଼ା, ବଲାଙ୍ଗିର, ସୁବର୍ଣ୍ଣପୁର, ବୌଦ୍ଧ, ଅନୁଗୋଳ, ଢେଙ୍କାନାଳ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, କେନ୍ଦୁଝର, ଭଦ୍ରକ, ବାଲେଶ୍ବର ଏବଂ ମୟୂରଭଞ୍ଜକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏହି ଜିଲାରେ ଘଣ୍ଟା ପ୍ରତି ୪୦ରୁ ୫୦କି.ମି. ଏବଂ ସ୍ଥଳବିଶେଷରେ ଝଟକା ପବନର ବେଗ ୬୦କି.ମି. ବହିପାରେ। ଝାରସୁଗୁଡ଼ା, ବରଗଡ଼ ଏବଂ ସମ୍ବଲପୁର ଜିଲାରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ଏବଂ ଘଣ୍ଟାପ୍ରତି ୪୦ରୁ ୫୦କି.ମି. ବେଗରେ ପବନ ବହିବାର ସମ୍ଭାବନା ରହିଥିବାରୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି। ୨୯ରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଏବଂ ରାୟଗଡ଼ା ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ରେଡ ୱାର୍ଣ୍ଣିଂ ଦିଆଯାଇଛି। ଉକ୍ତ ଜିଲାଗୁଡ଼ିକରେ ଘଣ୍ଟାପ୍ରତି ୬୦ରୁ ୭୦କି.ମି. ଏବଂ ସ୍ଥଳବିଶେଷରେ ଝଟକା ପବନର ବେଗ ଘଣ୍ଟାପ୍ରତି ୮୦କି.ମି. ଛୁଇଁପାରେ। ସେହିପରି ନୂଆପଡ଼ା, ବଲାଙ୍ଗିର, ବୌଦ୍ଧ, କନ୍ଧମାଳ, ଗଜପତି ଏବଂ ଗଞ୍ଜାମ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ଏସବୁ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସାଙ୍ଗକୁ ଘଣ୍ଟାପ୍ରତି ୫୦ରୁ ୬୦କି.ମି. ଏବଂ ସ୍ଥଳବିଶେଷରେ ଝଟକା ପବନର ବେଗ ଘଣ୍ଟାପ୍ରତି ୭୦କି.ମି. ଛୁଇଁପାରେ। ବରଗଡ଼, ସୁବର୍ଣ୍ଣପୁର, ଅନୁଗୋଳ, ଢେଙ୍କାନାଳ, ନୟାଗଡ଼, କଟକ, ଖୋର୍ଦ୍ଧା, ପୁରୀ ଏବଂ ଜଗତସିଂହପୁର ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଉପରୋକ୍ତ ଜିଲାଗୁଡ଼ିକରେ ଘଣ୍ଟାପ୍ରତି ୪୦ରୁ ୫୦କି.ମି. ଏବଂ ସ୍ଥଳବିଶେଷରେ ଝଟକା ପବନର ବେଗ ୬୦କି.ମି. ବହିବାର ଆଶଙ୍କା ରହିଛି।

Powered by Froala Editor

Tags Cyclone

Related articles Odisha News Lens 4.1

  • କାର୍ ପାଇଁ ବିବାହ କରିବାକୁ ମନା କରିଦେଲା ପୋଲିସ ବର
    ଦେଶ-ଦେଶାନ୍ତର

    କାର୍ ପାଇଁ ବିବାହ କରିବାକୁ ମନା କରିଦେଲା ପୋଲିସ ବର

    14683
    Nov 23, 2026
  • ବଡ ଝିଅକୁ ଖୋଜୁଛନ୍ତି ମୁସ୍କାନ
    ଦେଶ-ଦେଶାନ୍ତର

    ବଡ ଝିଅକୁ ଖୋଜୁଛନ୍ତି ମୁସ୍କାନ

    15814
    Nov 22, 2026
  • ଜରୁରୀ ନଥିଲେ ସୁନା ନ କିଣିବାକୁ ପ୍ରଧାନମନ୍ତ୍ରୀଙ୍କ ନିବେଦନ
    ଦେଶ-ଦେଶାନ୍ତର

    ଜରୁରୀ ନଥିଲେ ସୁନା ନ କିଣିବାକୁ ପ୍ରଧାନମନ୍ତ୍ରୀଙ୍କ ନିବେଦନ

    15723
    Nov 22, 2026
  • ଭାରତରେ ପହଞ୍ଚିଲେ ନେପାଳ ପ୍ରଧାନମନ୍ତ୍ରୀ
    ଦେଶ-ଦେଶାନ୍ତର

    ଭାରତରେ ପହଞ୍ଚିଲେ ନେପାଳ ପ୍ରଧାନମନ୍ତ୍ରୀ

    14537
    Nov 22, 2026
  • ଭାରତ ଗସ୍ତରେ ଆସିବେ ନେପାଳ ପ୍ରଧାନମନ୍ତ୍ରୀ
    ଦେଶ-ଦେଶାନ୍ତର

    ଭାରତ ଗସ୍ତରେ ଆସିବେ ନେପାଳ ପ୍ରଧାନମନ୍ତ୍ରୀ

    15173
    Nov 22, 2026
  • ଗିନିଜ୍ ବୁକ୍‌ ରେ ୱାର୍ଲ୍ଡ ରେକର୍ଡ କଲା GTA-6
    ଦେଶ-ଦେଶାନ୍ତର

    ଗିନିଜ୍ ବୁକ୍‌ ରେ ୱାର୍ଲ୍ଡ ରେକର୍ଡ କଲା GTA-6

    14453
    Nov 23, 2026
  • ଭଗବାନ ବାଲାଜୀଙ୍କୁ ୧୨୧ କିଲୋଗ୍ରାମ ସୁନା ଅଳଙ୍କାର ଦାନ କରିବେ ଭକ୍ତ
    ଦେଶ-ଦେଶାନ୍ତର

    ଭଗବାନ ବାଲାଜୀଙ୍କୁ ୧୨୧ କିଲୋଗ୍ରାମ ସୁନା ଅଳଙ୍କାର ଦାନ କରିବେ ଭକ୍ତ

    14570
    Nov 22, 2026
  • ବିସଲେରୀରେ କର୍କଟ ସୃଷ୍ଟିକାରୀ ପଦାର୍ଥ
    ଦେଶ-ଦେଶାନ୍ତର

    ବିସଲେରୀରେ କର୍କଟ ସୃଷ୍ଟିକାରୀ ପଦାର୍ଥ

    13592
    Nov 23, 2026
  • ୪,୦୦୦ ଅଗ୍ନିବୀରଙ୍କ ତଥ୍ୟ ଚୋରି କଲା ନାବାଳକ
    ଦେଶ-ଦେଶାନ୍ତର

    ୪,୦୦୦ ଅଗ୍ନିବୀରଙ୍କ ତଥ୍ୟ ଚୋରି କଲା ନାବାଳକ

    14476
    Nov 23, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଭଗବାନ ବାଲାଜୀଙ୍କୁ ୧୨୧ କିଲୋଗ୍ରାମ ସୁନା ଅଳଙ୍କାର ଦାନ କରିବେ ଭକ୍ତ

    14570
    Nov 22, 2026
  • ଦେଶ-ଦେଶାନ୍ତର

    ଭାରତରେ ପହଞ୍ଚିଲେ ନେପାଳ ପ୍ରଧାନମନ୍ତ୍ରୀ

    14537
    Nov 22, 2026
  • ଦେଶ-ଦେଶାନ୍ତର

    ବିସଲେରୀରେ କର୍କଟ ସୃଷ୍ଟିକାରୀ ପଦାର୍ଥ

    13592
    Nov 23, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17305
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    18008
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17964
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18378
    Sep 06, 2023

ବିଶେଷ

  • ଛୋଟପିଲାଙ୍କ ମଧୁମେହ ଲକ୍ଷଣ ଜାଣନ୍ତୁ ଏମିତି....

    15481
    Nov 18, 2026
  • ଶୀତଦିନେ ଏମିତି କରନ୍ତୁ ମେକ୍ଅପ୍

    14882
    Nov 14, 2026
  • ଓଠରୁ ଜାଣନ୍ତୁ ରୋଗର ପ୍ରଥମ ସଙ୍କେତ

    14512
    Nov 09, 2026
  • ବାଦୁଡିଙ୍କ ପାଇଁ ୧୦୦ ବର୍ଷ ହେଲା ବାଣ ଫୁଟା ବ୍ୟାନ୍

    15853
    Nov 08, 2026
  • ଆସିଲା ଶୀତଦିନ, ଘରୋଇ ମଏଶ୍ଚରାଇଜର କରନ୍ତୁ ବ୍ୟବହାର

    14632
    Nov 07, 2026

ବାଣିଜ୍ୟ

ମାସକରେ କମିଲାଣି ୨୧ ହଜାର ସୁନା

ସର୍ବୋଚ୍ଚ ସ୍ତରରୁ ବହୁ ମାତ୍ରାରେ ଶସ୍ତା ହୋଇଯାଇଛି ସୁନା ଏବଂ ରୁପା । ୫ ଦିନରେ ୧୨ ହଜାର ଟଙ୍କା ପର୍ଯ୍ୟନ୍ତ କମିଛି ସୁନା ଦର । ସେହିଭଳି ମାସକରେ ଦର ପାଖାପାଖି ୨୧ ହଜାର କମିଗଲାଣି । ଶୁକ୍ରବାର ରାଜଧାନୀ ଭୁବନେଶ୍ୱରରେ ୧୦ ଗ୍ରାମ ପିଛା ୨୨ ଏବଂ ୨୪ କ୍ୟାରେଟ ସୁନା ଦରରେ ଯଥାକ୍ରମେ ୪୭୦୦ ଟଙ୍କା ଏବଂ ୫୧୨୦ ଟଙ୍କା ହ୍ ...

  • ଭିଏଏମ୍ଏଲ୍ ସିଜିମାଳି ବକ୍ସାଇଟ୍ ଖଣି ପକ୍ଷରୁ କର୍କଟ ଚିହ୍ନଟ ଶିବିର ଆୟୋଜିତ, କଳାହାଣ୍ଡି ଓ ରାୟଗଡ଼ାର ୩୫୦ରୁ ଅଧିକ ଗୋଷ୍ଠୀ ସଦସ୍ୟ ଉପକୃତ

    15778
    Nov 20, 2026
  • ନିବେଶକଙ୍କ ଖୁସି : ଅଟୋ, ବ୍ୟାଙ୍କିଙ୍ଗ୍ ଓ କଞ୍ଜ୍ୟୁମର ସେକ୍ଟରରେ ଜବରଦସ୍ତ ଉତ୍ସାହ

    14097
    Nov 20, 2026
  • ଖରିଫ ସମ୍ପର୍କିତ ଶିକ୍ଷା ଆହରଣର ସମୀକ୍ଷା ଓ ଜଳବାୟୁ-ସହନଶୀଳ ରବି ଋତୁ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ପୁରୀରେ ଅନୁଷ୍ଠିତ ତୃତୀୟ ଡିଏଲ୍‌ସିସି ବୈଠକରେ ସାତଟି ଲାଇନ୍‌ ବିଭାଗ ଓ କେଭିକେ ଯୋଗଦେଲେ

    15741
    Nov 18, 2026
  • ଭିଏଏମଏଲ ପକ୍ଷରୁ କଳାହାଣ୍ଡି ଓ ରାୟଗଡ଼ାର ୩୩୦ରୁ ଅଧିକ ପରିବାରଙ୍କୁ ଇନ୍ଧନ-ଦକ୍ଷ ଚୁଲା ବିତରଣ

    14367
    Nov 18, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଜରୁରୀ ନଥିଲେ ସୁନା ନ କିଣିବାକୁ ପ୍ରଧାନମନ୍ତ୍ରୀଙ୍କ ନିବେଦନ

    15723
    Nov 22, 2026
  • ୪,୦୦୦ ଅଗ୍ନିବୀରଙ୍କ ତଥ୍ୟ ଚୋରି କଲା ନାବାଳକ

    14476
    Nov 23, 2026
  • ଭାରତରେ ପହଞ୍ଚିଲେ ନେପାଳ ପ୍ରଧାନମନ୍ତ୍ରୀ

    14537
    Nov 22, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In