ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ଗିରଫ ପ୍ରସଙ୍ଗରେ ଚର୍ଚ୍ଚାର ବିଷୟ ହୋଇଛି ନବୀନଙ୍କ ନିରବତା
ଭୁବନେଶ୍ବର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ତଥା ଗଞ୍ଜାମ ଜିଲା ବିଜେଡିର ପୂର୍ବତନ ସଭାପତି ବିକ୍ରମ ପଣ୍ଡା ଗିରଫ ହୋଇଛନ୍ତି। ବିକ୍ରମଙ୍କୁ ରାଜନୈତିକ ଉଦ୍ଦେଶ୍ୟ ରଖି ଫସାଇ ଦିଆଯାଇଥିବା ଅଭିଯୋଗ କରି ବିଜେଡି ଆନ୍ଦୋଳନକୁ ଓହ୍ଲାଇଛି। ବ୍ରହ୍ମପୁରେର ଦଳ ପକ୍ଷରୁ ବିଶାଳ ଶୋଭାଯାତ୍ରା ସହ ବିକ୍ଷୋଭ କରାଯାଇଛି। ଦଳର ବହୁ ରାଜ୍ୟସ୍ତରୀୟ ନେତା ଏହି ବିକ୍ଷୋଭରେ ସାମିଲ ହୋଇ ବିକ୍ରମଙ୍କ ସହ ଦଳ ଦୃଢ଼ ଭାବେ ଛିଡ଼ା ହୋଇଥିବା ବାର୍ତ୍ତା ଦେଇଛନ୍ତି। ଅନ୍ୟପକ୍ଷରେ ବିକ୍ରମଙ୍କ ଗିରଫ ପ୍ରସଙ୍ଗରେ ଏଯାଏଁ ବିଜେଡି ସଭାପତି ନବୀନ ପଟ୍ଟନାୟକ ମୁହଁ ଖୋଲିନାହାନ୍ତି। ଦଳର ଜଣେ ବରିଷ୍ଠ ନେତା ତଥା ଜିଲା ସଭାପତିଙ୍କୁ ହତ୍ୟା ଭଳି ସଙ୍ଗିନ ମାମଲାରେ ଗିରଫ କରାଯାଇଥିବାବେଳେ ରାଜ୍ୟ ସଭାପତି ହୋଇ ନବୀନ ନିରବ ରହିବା ଚର୍ଚ୍ଚାର ବିଷୟ ହୋଇଛି।
Powered by Froala Editor