ରାଜ୍ୟରେ ବଢ଼ିବାରେ ଲାଗିଛି ମହିଳା ନିର୍ଯାତନା
ଭୁବନେଶ୍ବର: ରାଜ୍ୟରେ ମହିଳା ନିର୍ଯାତନା ଅଭିଯୋଗ ବଢ଼ିବାରେ ଲାଗିଛି। ଗତ ଦୁଇ ମାସରେ ଖୋର୍ଦ୍ଧା, ଭୁବନେଶ୍ବର, କଟକ, ଗଞ୍ଜାମ, ପୁରୀ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲାରେ ସର୍ବାଧିକ ମହିଳା ନିର୍ଯାତନା ମାମଲା ପଞ୍ଜିକୃତ ହୋଇଛି। ପୂର୍ବରୁ ପ୍ରତିମାସରେ ୧୦୦ରୁ ୧୭୦ ମାମଲା ପଞ୍ଜିକୃତ ହେଉଥିବା ବେଳେ ଏବେ ମାସକୁ ଅତିକମରେ ୨୭୦ରୁ ୨୮୦ଟି ମାମଲା ପଞ୍ଜିକୃତ ହେଉଛି। ଆଗରୁ ମାସକୁ ୭୦ରୁ ୮୦ଟି ମାମଲା ସମାଧାନ ହେଉଥିବା ବେଳେ ଏବେ ମାସକୁ ସର୍ବାଧିକ ୧୧୫ଟି ମାମଲା ସମାଧାନ କରାଯାଉଛି। ପୂର୍ବରୁ ପ୍ରାୟ ୩୨୦୦ଟି ମାମଲା ବିଚାରାଧୀନ ପ୍ରକ୍ରିୟାରେ ଅଟକିଛି। ମାସକୁ ମାସ ଅଭିଯୋଗ ସଂଖ୍ୟା ବଢ଼ୁଛି।
ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ମହିଳା ଆୟୋଗରେ ଜଣେ ବିଚାରପତି ନିଯୁକ୍ତି ହେବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡ଼ିଛି। ଅଗଷ୍ଟ ୧୧ରେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷା ଭାବେ ଶୋଭନା ମହାନ୍ତିଙ୍କ ସମେତ ୪ ଜଣ ସଦସ୍ୟା ଦାୟିତ୍ବ ଗ୍ରହଣ କରିବା ପରେ କ୍ଷେତ୍ରସ୍ତରରେ ମାମଲାର ତଦନ୍ତ କରି ସମାଧାନ କରିବାକୁ ଗୁରୁତ୍ବ ଦିଆଯାଇଛି।
Powered by Froala Editor