ଫ୍ରିଜରେ ଆଳୁ ରଖି ଖାଉଛନ୍ତି କି, ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ହାନିକାରକ
ଆଳୁ ଅଧିକାଂଶ ବ୍ୟଞ୍ଜନରେ ବ୍ୟବହାର କରାଯାଇଥାଏ। କିନ୍ତୁ କିଛି ଲୋକ ଏହାକୁ ଫ୍ରିଜ୍ରେ ରଖିଦିଅନ୍ତି; ଯାହା ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ହାନିକାରକ। କାରଣ ଆଳୁ ଫ୍ରିଜ୍ରେ ରହିବା ପରେ କମ୍ ତାପମାତ୍ରା ଯୋଗୁ ଏଥିରେ ମହଜୁଦ୍ ଷ୍ଟାର୍ଚ ସୁଗାର୍ରେ ପରିର୍ବିତ ହୋଇଥାଏ। ପରେ ଯେତେବେଳେ ଏହାକୁ ରୋଷେଇରେ ବ୍ୟବହାର କରାଯାଏ, ସେତେବେଳେ ସୁଗାର୍ ଆମିନୋ ଏସିଡ୍ରେ ମିଶି ଏକ୍ରିଲାମାଇଡ୍ ନାମକ ରସାୟନର ଉତ୍ପାଦନ କରିଥାଏ। ଆଳୁକୁ ସବୁବେଳେ ଶୁଷ୍କ ସ୍ଥାନରେ ରଖିବା ଦରକାର।
Powered by Froala Editor