ସହରର ବିଭିନ୍ନ ମିଠା ଦୋକାନ ଓ ହୋଟେଲରେ ଚଢ଼ଉ
ଭୁବନେଶ୍ବର: ବ୍ରହ୍ମପୁର ସହରର ବିଭିନ୍ନ ମିଠା ଦୋକାନ, ହୋଟେଲରେ ଚଢ଼ଉ କରାଯାଇଛି। ବ୍ରହ୍ମପୁର ମହାନଗର ନିଗମର ଖାଦ୍ୟ ସୁରକ୍ଷା ବିଭାଗ ଓ ଭ୍ରାମ୍ୟମାଣ ଖାଦ୍ୟ ନିରୀକ୍ଷଣ ଲାବ୍ରୋଟାରୀ ମିଳିତ ଭାବେ ଏହି ଚଢ଼ଉ କରିଛନ୍ତି। ଚଢ଼ଉ ବେଳେ କିଛି ମିଠା ଦୋକାନରେ ସ୍ବଚ୍ଛତା ଅଭାବ ସାମ୍ନାକୁ ଆସିଥିବାବେଳେ ଆଉ କିଛି ମିଠା ଦୋକାନରେ ନିମ୍ନମାନର ଓ ବାସି ପଦାର୍ଥ ବ୍ୟବହାର କରାଯାଉଥିବା ଜଣାପଡିଛି। ନିୟମ ଖିଲାପୀ ଦୋକାନୀଙ୍କଠାରୁ ମୋଟ ୧ ଲକ୍ଷ ୨ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି। ସେହିପରି ମିଠା ଦୋକାନ ଓ ହୋଟେଲରୁ ୫୦ଟି ନମୁନା ସଂଗ୍ରହ କରି ପରୀକ୍ଷା କରାଯାଇଛି। ଦୀପାବଳିରେ ବ୍ୟବସାୟୀମାନେ ନିମ୍ନମାନର ସାମଗ୍ରୀ ବ୍ୟବହାର କରି ମିଠା ପ୍ରସ୍ତୁତ କରୁଥିବା ଅଭିଯୋଗ ରହିଥିଲା। ସେହିକ୍ରମରେ ମହାନଗର ନିଗମ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଯାଞ୍ଚ ଅଭିଯାନ ଆରମ୍ଭ କରାଯାଇଥିଲା ।
Powered by Froala Editor