ଇନଷ୍ଟାଗ୍ରାମରେ ଖଣ୍ଡା ବୁଲାଇବା ଭିଡିଓ ଅପଲୋଡ କରି ଯୁବକ ଗିରଫ
ଦିଗପହଣ୍ଡି : ମହଙ୍ଗା ପଡିଲା ସୋସିଆଲ ମିଡିଆରେ ଖଣ୍ଡା ବୁଲାଇବା । ଇନଷ୍ଟାଗ୍ରାମରେ ଭିଡିଓ ଅପଲୋଡ କରିବା ପରେ ଯୁବକ ଜଣଙ୍କୁ ପୁଲିସ୍ ଗିରଫ କରିଛି। ଗଞ୍ଜାମ ଦିଗପହଣ୍ଡି ଥାନା ଡୁମ୍ବୁଳା ଗାଁର ସୁଶାନ୍ତ ମହାକୁଡଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ସମ୍ପୃକ୍ତ ଯୁବକ ଜଣକ ଖଣ୍ଡା ବୁଲାଇ ୩ ଜଣ ବ୍ୟକ୍ତିଙ୍କ ମୁଣ୍ଡ ନେବ ବୋଲି ଭିଡିଓରେ ଧମକ ଦେଇଥିଲେ। ଏହି ଭିଡିଓକୁ ସୁଶାନ୍ତ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଅପଲୋଡ କରିଥିଲା ।
Powered by Froala Editor