ଟ୍ୟୁସନ୍ ସାରଙ୍କୁ ଗୁଳିମାଡ କଲେ ଦୁର୍ବୃତ୍ତ
ବାରିପଦା : ଘରକୁ ଫେରୁଥିବାବେଳେ ଟ୍ୟୁସନ୍ ସାରଙ୍କୁ ଗୁଳିମାଡ। ବର୍ତ୍ତମାନ୍ ପର୍ଯ୍ୟନ୍ତ ଗୁଳିମାଡର କାରଣ ଜଣାପଡିନାହିଁ। ଗୁରୁତର ଶିକ୍ଷକ ଜଣକ ମାଙ୍କଡ଼ାପାଳ ଗାଁର ସଞ୍ଜୟ ନାୟକ ବୋଲି ଜଣାପଡିଛି। ତାଙ୍କ ପେଟରେ ୨ଟି ଗୁଳି ବାଜିଛି । ପ୍ରବଳ ରକ୍ତସ୍ରାବ ଯୋଗୁଁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଗୁରୁତର ଅବସ୍ଥାରେ ସଞ୍ଜୟଙ୍କୁ ବାରିପଦା ମେଡିକାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ବଡ଼ସାହି ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।
Powered by Froala Editor