ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଧନତେରାସ୍ ଶୁଭେଚ୍ଛା
ଭୁବନେଶ୍ବର: ଆଜି ପବିତ୍ର ଧନତେରାସ୍ । ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦୀ ଏକ୍ସରେ ଶୁଭେଚ୍ଛା ଜଣାଇ କହିଛନ୍ତି ଭଗବାନ ଧନ୍ୱନ୍ତରୀ ସମସ୍ତଙ୍କୁ ଭରପୁର ଆର୍ଶୀବାଦ ଦିଅନ୍ତୁ ।
ଏପଟେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ରାଜ୍ୟବାସୀଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଭଗବାନ ଧନ୍ୱନ୍ତରୀଙ୍କ ଆଶୀର୍ବାଦରୁ ରାଜ୍ୟର ପ୍ରତ୍ୟେକ ପରିବାର ସୁଖ, ଶାନ୍ତି, ସମୃଦ୍ଧି ଏବଂ ଉତ୍ତମ ସ୍ୱାସ୍ଥ୍ୟ ଲାଭ କରନ୍ତୁ।
Powered by Froala Editor