ଦୀପାବଳି ଛୁଟି ଘୋଷଣା କଲେ ରାଜ୍ୟ ସରକାର, ଜାଣନ୍ତୁ କେବେ ?
ଭୁବନେଶ୍ୱର: ଦୀପାବଳି ଛୁଟି ଘୋଷଣା କଲେ ରାଜ୍ୟ ସରକାର । ୨୦ତାରିଖ ଦିନ ଦୀପାବଳି ପାଳନ ପାଇଁ ଶ୍ରୀମନ୍ଦିର ପକ୍ଷରୁ କୁହାଯିବା ପରେ ଏହି ଦିନକୁ ଛୁଟି ଘୋଷଣା କରାଯାଇଛି । ନୂଆପଡା ଜିଲା ବ୍ୟତୀତ ରାଜ୍ୟର ସବୁ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ । ସରକାରୀ ଭାବେ ୨୦ ଓ ୨୧ ତାରିଖକୁ ଦୀପାବଳି ଛୁଟି ଘୋଷଣା ହୋଇଛି। ଏହାସହିତ ଆସନ୍ତା ୨୫ ତାରିଖ ଶନିବାର ଦିନ କାର୍ଯ୍ୟ ଦିବସ ଭାବେ ଘୋଷଣା କରାଯାଇଛି ।
Powered by Froala Editor