୧୦ ନକ୍ସଲଙ୍କ ପାଇଁ ୪ କୋଟି ୩୦ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା
ଭୁବନେଶ୍ବର: ମାଓ ପ୍ରଭାବିତ ବୌଦ୍ଧ ଜିଲାରେ ମାଓବାଦୀ ଧରପଗଡ଼ ଅଭିଯାନ ନେଇ ପୁଲିସ କିଛି ସନ୍ଦିଗ୍ଧ ମାଓବାଦୀଙ୍କ ଫଟୋ ଓ ତଥ୍ୟ ଜାରି କରିଛି। ମାଓପ୍ରବଣ ମନମୁଣ୍ଡା ଥାନାର ବିଭିନ୍ନ ଅଞ୍ଚଳରେ ପୋଷ୍ଟର ଲଗାଯାଇଛି। ସଂପୃକ୍ତ ମାଓବାଦୀଙ୍କ ସମ୍ପର୍କରେ ସୂଚନା ଦେଲେ ପୁରସ୍କାର ପ୍ରଦାନ କରାଯିବ ବୋଲି ପୁଲିସ ଘୋଷଣା କରିଛି। କଳାହାଣ୍ଡି-କନ୍ଧମାଳ-ବୌଦ୍ଧ-ନୟାଗଡ଼କୁ ନେଇ ଗଠିତ (କେକେବିଏନ୍) ସଂଗଠନର ମୋଟ ୧୦ ମାଓବାଦୀଙ୍କ ପାଇଁ ୪ କୋଟି ୩୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି। ଜନସାଧାରଣ ସେମାନଙ୍କ ସମ୍ପର୍କରେ ପୁଲିସକୁ ସୂଚନା ଦେଲେ ସେମାନଙ୍କ ପରିଚୟ ଗୋପନ ରଖାଯିବ ବୋଲି ମଧ୍ୟ ଏଥିରେ ଉଲ୍ଲେଖ ରହିଛି।
Powered by Froala Editor