ଚାଉଳ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ
ଭୁବନେଶ୍ବର: ଭାରସାମ୍ୟ ହରାଇ ଓଲଟିଲା ଚାଉଳ ବୋଝେଇ ଟ୍ରକ। ଦୁର୍ଘଟଣା ପରେ ଡ୍ରାଇଭର ଓ ହେଲ୍ପର ଫେରାର ହୋଇଥିବା ବେଳେ ଓଲଟି ପଡିଥିବା ଟ୍ରକରୁ ଚାଉଳ ବୋହି ନେଇଛନ୍ତି ଲୋକେ । ଛତିଶଗଡ଼ ଗାଡି ନମ୍ବର ଥିବା ଟ୍ରକଟି ଦେଓଗାଁ ପଟକୁ ଆସୁଥିବା ବେଳେ ଭୂତିଆର ବାହାଲ ନିକଟରେ ଘଟିଛି ଏହି ଦୁର୍ଘଟଣା। ଦେଓଗାଁ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି ।
Powered by Froala Editor