ପିଲାଙ୍କ ସହ ଜନ୍ମ ଦିନ ପାଳନ କରି ଆଶୀର୍ବାଦ କଲେ ନବୀନ
ଭୁବନେଶ୍ବର: ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଆଜି ୭୯ ବର୍ଷରେ ପଦାର୍ପଣ କରିଛନ୍ତି । ତାଙ୍କ ଜନ୍ମ ଦିନ କେକ ଏସଓଏସ୍ ଭିଲେଜର ପିଲାମାନଙ୍କ ଗହଣରେ କାଟିଥିଲେ । ପିଲାମାନଙ୍କୁ ନିଜେ କେକ୍ ଖୁଆଇ ଦେଇ ଉପହାର ଦେଇଥିଲେ ।
ପିଲାମାନଙ୍କୁ ଆଶୀର୍ବାଦ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଆଜି ପିଲାମାନଙ୍କ ସହ ଜନ୍ମ ଦିନ ପାଳନ କରି ସେ ବହୁତ ଖୁସି। ତାଙ୍କ ଜନ୍ମ ଦିନରେ ସାମିଲ ହୋଇଥିବାରୁ ପିଲାମାନଙ୍କୁ ଧନ୍ୟବାଦ ଜଣାଇବା ସହ ଭବିଷ୍ୟତରେ
ଭଲ ମଣିଷ ହେବା ପାଇଁ ଆଶୀର୍ବାଦ କରିଥିଲେ ।
Powered by Froala Editor