ବାଲୁକା କଳା ମାଧ୍ୟମରେ ଜନ୍ମଦିନର ଅଭିନନ୍ଦନ ଜଣାଇଲେ ସୁଦର୍ଶନ
ପୁରୀ:ଆଜି ହେଉଛି ଓଡିଶା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ। ୧୯୪୬ ମସିହା ଅକ୍ଟୋବର ୧୬ ତାରିଖ ଅର୍ଥାତ୍ ଆଜି ଦିନରେ ଜନ୍ମଗ୍ରହଣ କରିଥିଲେ ନବୀନ ପଟ୍ଟନାୟକ। ଆଜି ୭୯ ବର୍ଷରେ ପାଦ ଥାପିଛନ୍ତି ନବୀନ। ତାଙ୍କ ଜନ୍ମଦିନରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଥିବାବେଳେ ବାଲୁକା କଳା ମାଧ୍ୟମରେ ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ।
ସୁଦର୍ଶନ ବାଲିରେ ନବୀନଙ୍କର ଏକ ସୁନ୍ଦର ପ୍ରତିକୃତି ନିର୍ମାଣ କରିଛନ୍ତି ଏବଂ ସେଥିରେ ହାପି ବାର୍ଥ ଡେ ବୋଲି ଲେଖିଛନ୍ତି। ବାଲୁକା କଳାର ତଳେ ସେ ଇଂରାଜୀରେ ୭୯ତମ ବାର୍ଥ ଡେ ଅଫ୍ ନବୀନ୍ ପଟ୍ଟନାୟକ ବୋଲି ଉଳ୍ଲେଖ କରିଛନ୍ତି।
Powered by Froala Editor