ଶେଷ ଦିନରେ ନାମାଙ୍କନ ଦାଖଲ କରିବେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ
ଭୁବନେଶ୍ୱର: ନୂଆପଡା ଉପନିର୍ବାଚନ ରାଜନୀତି ସରଗରମ । ଆସନ୍ତା ୨୦ତାରିଖରେ ନାମାଙ୍କନ ଶେଷ ତାରିଖ ରହିଥିବା ବେଳେ ସେହିଦିନ ନାମାଙ୍କନ ଦାଖଲ କରିବେ ବିଜେଡି ପ୍ରାର୍ଥୀ । ନୂଆପଡାରେ ଅନେକ ଆଶାୟୀ ଥିବା ବେଳେ ବିଜେଡି ସ୍ନେହାଙ୍ଗିନୀ ଛରିଆଙ୍କୁ ପ୍ରାର୍ଥୀ କରିଛି । ନାମାଙ୍କନର ଶେଷ ଦିନରେ ପ୍ରାର୍ଥୀପତ୍ର ଦାଖଲ କରିବେ ସ୍ନେହାଙ୍ଗିନୀ ।ପୂର୍ବରୁ ବରଗଡ଼ ଜିଲା ଅତାବିରା ନିର୍ବାଚନ ମଣ୍ଡଳୀରୁ ଦୁଇ ଥର ନିର୍ବାଚନରେ ବିଜୟ ହୋଇ ନବୀନଙ୍କ ମନ୍ତ୍ରିମଣ୍ଡଳରେ କାର୍ଯ୍ୟ କରିଥିଲେ ସେ । ଦଳ ଏଥର ଊପନିର୍ବାଚନରେ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ଟିକେଟ ଦେଇଛି । ସ୍ନେହାଙ୍ଗିନୀ ନୂଆପଡାରେ ପର୍ଯ୍ୟବେକ୍ଷକ ଭାବେ ମଧ୍ୟ ଦାୟିତ୍ୱ ତୁଲାଥିଲେ ।
Powered by Froala Editor