ଧୂପକାଠି ନିଆଁରେ ଜୀବନ ହାରିଲା ୭ ବର୍ଷର ପୁଅ

ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ୍ରୁ ଦୁଃଖଦ ଘଟଣା ସାମନାକୁ ଆସିଛି । ଧୂପକାଠି ନିଆଁରୁ ଜଣେ ୭ ବର୍ଷର ନାବାଳକ ପ୍ରାଣ ହରାଇଛି । ସୂଚନା ଅନୁଯାୟୀ ଉଦଳା-ଦୁଗଧା ମୁଖ୍ୟ ରାସ୍ତା କଡ଼ରେ ସ୍ଥାନୀୟ ବାସିନ୍ଦା ରଞ୍ଜନ ମହାପାତ୍ର ଏକ ତେଜରାତି ଦୋକାନ କରିଛନ୍ତି। ଗତକାଲି ସନ୍ଧ୍ୟାରେ ରଞ୍ଜନଙ୍କ ସ୍ତ୍ରୀ ଲିଲିମଣି ଦୋକାନରେ ଜଣେ ଗ୍ରାହକଙ୍କୁ ଡିଜେଲ୍ ଦେଉଥିଲେ। ଏହି ସମୟରେ ତାଙ୍କ ୭ ବର୍ଷର ପୁଅ ଶ୍ରେୟାଂସ ଏକ ଜଳନ୍ତା ଧୂପକାଠି ଧରି ଲିଲିମଣିଙ୍କ ନିକଟକୁ ଚାଲି ଆସିବାରୁ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିକାଣ୍ଡରେ ମା' ଲିଲିମଣି ଓ ବାପା ରଞ୍ଜନ ସାମାନ୍ୟ ଆହତ ହୋଇଥିବା ବେଳେ ପୁଅ ଶ୍ରେୟାଂସଙ୍କ ଶରୀରର ପ୍ରାୟ ୭୦ ଭାଗ ପୋଡିଯାଇଥିଲା। ପିଲାଟିକୁ ସଂକଟାପନ୍ନ ଅବସ୍ଥାରେ ପ୍ରଥମେ ବାରିପଦା ଓ ପରେ କଟକ ସ୍ଥାନାନ୍ତର କରାଯାଇଥିଲା। ଜୀବନ ସହ ସଂଗ୍ରାମ କରି ଆଜି ଭୋର ସମୟରେ ଆଖି ବୁଜି ଦେଇଛି ଶ୍ରେୟାଂଶ।
Powered by Froala Editor