ଡିଜିପିଙ୍କ ଗସ୍ତ ବେଳେ ଆତ୍ମସମର୍ପଣ କଲେ ହାର୍ଡକୋର ମାଓବାଦୀ
ପୁଲିସ ମହାନିର୍ଦ୍ଦେଶକ ମାଲକାନଗିରି ଗସ୍ତ କରିଥିବାବେଳେ ଦୁଇ ଜଣ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଡିଜିପିଙ୍କ ନିକଟରେ ଆତ୍ମସମର୍ପଣ କରିଥିବା ୨ ମାଓବାଦୀଙ୍କ ମଧ୍ୟରୁ ଜଣେ ପୁରୁଷ ଓ ଜଣେ ମହିଳା ଥିବା ଜଣାପଡିଛି ।
ଗସ୍ତ ସମୟରେ ପୁଲିସ ମହାନିର୍ଦ୍ଦେଶକ ମାଲକାନଗିରି ଜିଲ୍ଲା ଟେମୁରପାଲି ମାଓପ୍ରବଣ ଅଞ୍ଚଳ, ମାଲକାନଗିରି ବିଏସଏଫ କ୍ୟାମ୍ପ, ଜିଲ୍ଲା ପୁଲିସ କାର୍ଯ୍ୟଳୟ ପରିଦର୍ଶନ କରି ମାଓ ସମସ୍ୟା ସମ୍ପର୍କରେ ଉଚ୍ଚ ପୁଲିସ ଅଧିକାରୀଙ୍କ ସହ ସମୀକ୍ଷା କରିଛନ୍ତି। ଏହି ସମୟରେ ଡିଜିପିଙ୍କ ସହିତ ବହୁ ବରିଷ୍ଠ ପୋଲିସ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିଛନ୍ତି । ସୀମାରେ ମାଓ ଗତିବିଧି ଉପରେ ମଧ୍ୟ ବୈଠକରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ମାଓ ମୁକାବିଲା ନେଇ ବିଏସଏଫ ଏବଂ ଓଡିଶା ପୋଲିସ ସହ ସମୀକ୍ଷା ବୈଠକ କରିବେ ବୋଲି ସୂଚନା ରହିଛି ।
Powered by Froala Editor