ଅଜଣା ଗାଡି ଧକ୍କାରେ ସବ୍ ଇନ୍ସପେକ୍ଟରଙ୍କ ମୃତ୍ୟୁ

ଯାଜପୁର: ଯାଜପୁର ଜିଲ୍ଲା ୧୬ ନଂ ଜାତୀୟ ରାଜପଥ କୁଆଖିଆ ନିକଟରେ ଏକ ଅଜଣା ଗାଡି ବାଇକ୍ କୁ ଧକ୍କା ଦେଇଛି। ଦୁର୍ଘଟଣାରେ ଜଣେ ସବ୍ ଇନ୍ସପେକ୍ଟରଙ୍କର ମୃତ୍ୟୁ ଘଟିଛି।ମୃତକ ଭଦ୍ରକ ଜିଲ୍ଲା ପୁରୁଣାବଜାର ଥାନାର ସବ୍ ଇନ୍ସପେକ୍ଟର ବବ୍ରୁବାହନ ନାୟକ ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ଶନିବାର ରାତିରେ ବବ୍ରୁବାହନ କଟକରୁ ସ୍ଵାସ୍ଥ୍ୟ ପରୀକ୍ଷା କରି ଏକ ବାଇକରେ ନିଜ ପୁଅ ସହ ଫେରୁଥିଲେ। ବିପରୀତ ଦିଗରୁ ଆସୁଥିବା ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।
Powered by Froala Editor