ଆଜି ବିଏସଏନଏଲ୍ ୪-ଜି ସେବାର ଶୁଭାରମ୍ଭ କରିବେ ମୋଦୀ
ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଝାରସୁଗୁଡ଼ାଠାରେ ସାରା ଭାରତବର୍ଷ ପାଇଁ ବିଏସଏନଏଲ୍ ୪-ଜି ସେବାର ଶୁଭାରମ୍ଭ କରିବା କାର୍ଯ୍ୟକ୍ରମ ଅଛି। ପ୍ରାୟ ୧ ଲକ୍ଷ ସ୍ଥାନରେ ୪-ଜି ସେବା ସି-ଡଟ୍ କୋର୍, ତେଜସ୍ ନେଟୱର୍କ ଏବଂ ଟିସିଏସ୍ ଦ୍ୱାରା ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଛି।
ବିଏସଏନଏଲ୍ ୪-ଜି ନେଟୱର୍କର ଦେଶବ୍ୟାପୀ ଶୁଭାରମ୍ଭ ସମ୍ପୂର୍ଣ୍ଣ ‘ଆତ୍ମନିର୍ଭର’ ୪-ଜି ପ୍ରଯୁକ୍ତିବିଦ୍ୟା ଦ୍ୱାରା ପରିଚାଳିତ। ଏହି ସଫ୍ଟୱେରରେ ୫-ଜିକୁ ସହଜରେ ଅପଗ୍ରେଡ୍ କରାଯାଇପାରିବ। ଏହା କେବଳ ଏହାର ପୁରୁଣା ଗ୍ରାହକଙ୍କୁ ନୁହେଁ ବରଂ ଡିଜିଟାଲ୍ ଦୁନିଆ ସହିତ କେବେ ସଂଯୋଗ ହୋଇନଥିବା ଲକ୍ଷାଧିକ ଗ୍ରାହକଙ୍କୁ ସୁବିଧା ପ୍ରଦାନ କରିବ। ଡିବିଏନ୍ (ଡିଜିଟାଲ୍ ଭାରତ ନିଧି) ମୋବାଇଲ୍ ପ୍ରୋଜେକ୍ଟରେ ବିଏସଏନଏଲ୍ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ୧୪୧୮୦ ଡିବିଏନ୍ ପାଣ୍ଠି ବିଶିଷ୍ଟ ୪-ଜି ସାଇଟ୍, ଅନ୍ୟ ଟିଏସ୍ପି ମାଧ୍ୟମରେ ୪୭୨୩ ସାଇଟ୍ ଅନ୍ତର୍ଭୁକ୍ତ। ଯାହା ଭାରତର ୨୬୭୦୭ ଦୂରଦୂରାନ୍ତ ଗ୍ରାମରେ ପ୍ରାୟ ୨ ମିଲିୟନ୍ ପରିବାରକୁ ମୋବାଇଲ୍ ସେବା ସୁବିଧା ପ୍ରଦାନ କରିବ।
Powered by Froala Editor