ଶାଢି ଭିତରୁ ଗଞ୍ଜେଇ ଜବତ
ଶାଢି ଭିତରୁ ଜବତ ହୋଇଛି ଗଞ୍ଜେଇ । କଳାହାଣ୍ଡି ଜିଲ୍ଲା କେସିଙ୍ଗା ଆଦର୍ଶ ଥାନା ପୁଲିସ ଏକ ବୋଲେରୋ ଗାଡି ଯାଞ୍ଚ କରୁଥିବାବେଳେ ସେଥିରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଥିଲା । ବୋଲେରୋ ଗାଡ଼ିଟି କଳାହାଣ୍ଡି ଜିଲ୍ଲା ଆମପାଣି ଅଞ୍ଚଳରୁ ଭବାନୀପାଟଣା, କେସିଙ୍ଗା ସହର ଦେଇ ବଲାଙ୍ଗିର ପଟକୁ ଯାଉଥିବା ସମୟରେ କେସିଙ୍ଗା ଆଇଆଇସି ସତ୍ୟ କୁମାର ନନ୍ଦ ଙ୍କ ନେତୃତ୍ବରେ ପୋଲିସ ବୋଲେରୋ ଗାଡ଼ି କୁ ଅଟକାଇ ଥିଲା ଓ ସନ୍ଦେହ ରେ ଯାଞ୍ଚ କରିଥିଲା । ଯାଞ୍ଚ ବେଳେ ବୋଲେରୋ ଗାଡ଼ି ଭିତରେ ଶାଢି ରହିଥିଲା ବେଳେ ଶାଢି ଭିତରୁ ଗଞ୍ଜେଇ ରହିଥିବା ନେଇ ପୋଲିସ ଜାଣିବାକୁ ପାଇଥିଲା ।
କେସିଙ୍ଗା ଅତିରିକ୍ତ ତହସିଲଦାର ରୂଦ୍ରମଣୀ ନାଏକଙ୍କ ଉପସ୍ଥିତିରେ ଗାଡ଼ି ଭିତରୁ ଗଞ୍ଜେଇ କୁ ଜବତ୍ କରାଯାଇଛି ଓ ପୋଲିସ ସଂପୃକ୍ତ ବୋଲେରୋ ଗାଡ଼ି କୁ ମଧ୍ୟ ଜବତ କରିବା ସହ ଗାଡ଼ି ର ଡ୍ରାଇଭର ଓ ଜଣେ ଯୁବତୀ ସହ ଅନ୍ୟ ଏକ ଯୁବକକୁ ଥାନା ରେ ଅଟକ ରଖି ପଚରାଉଚରା କରୁଛି । ଅଟକ ଥିବା ୩ ଜଣ ବିହାର ଅଞ୍ଚଳର ବୋଲି ଆଇଆଇସି ସତ୍ୟ କୁମାର ନନ୍ଦ କହିଛନ୍ତି ।
Powered by Froala Editor