ପ୍ରଥମ ଥର ଟ୍ରେନରୁ ଲଞ୍ଚ ହେଲା ଅଗ୍ନି ମିସାଇଲ୍
ଭୁବନେଶ୍ବର: ଆଧୁନିକତାର ଇତିହାସରେ ଭାରତ ଆଉ ଏକ ଇତିହାସ ରଚିଛି । ଜଳ, ସ୍ଥଳ ଓ ଆକାଶ ପରେ ପ୍ରଥମ ଥର ଲାଗି ଟ୍ରେନରୁ ଲଞ୍ଚ ହେଲା ଅଗ୍ନି ମିସାଇଲ୍ । ଡିଆରଡିଓ ପକ୍ଷରୁ ଏହି ଉତକ୍ଷେପଣ କରାଯାଇଛି । ଉତକ୍ଷେପଣ ହୋଇଥିବା ଅଗ୍ନି ପ୍ରାଇମ୍ ମିସାଇଲର ଲକ୍ଷ୍ୟଭେଦ କ୍ଷମତା ରହିଛି ୨ହଜାର କିଲୋମିଟର । ଏହାର ଅର୍ଥ ହେଉଛି ଭାରତକୁ ଆଉ ଶ୍ରୀହରିକୋଟା ଭଳି ଲଞ୍ଚର୍ ମିସାଇଲ୍ ଲଞ୍ଚର ଆବଶ୍ୟକ ହେବ ନାହିଁ । ଏହି ମିସାଇଲକୁ ଚଳନ୍ତା ଟ୍ରେନରେ ଯେକୌଣସି ସ୍ଥାନରୁ ଲଞ୍ଚ କରାଯାଇପାରିବ । ଅଗ୍ନି ପ୍ରାଇମ୍ ମିସାଇଲ୍ ଏକ ପରବର୍ତ୍ତୀ ପୀଢିର ମିସାଇଲ୍ । ଅଗ୍ନି ପ୍ରାଇମ୍ ଲଞ୍ଚ ହେବା ସମୟର ଭିଡ଼ିଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ନିଜର ଏକ୍ସରେ ସେୟାର କରି ଅଭିନନ୍ଦନ ଜଣାଇଛନ୍ତି ।
Powered by Froala Editor