ଅପହରଣ ପରେ ହତ୍ୟା ଉଦ୍ୟମ ବେଳେ ଶିଶୁ ପୁତ୍ର ଉଦ୍ଧାର, ଅଭିଯୁକ୍ତ ଗିରଫ
ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଝାଟିପଦର ଗ୍ରାମରେ
ଏନ୍ କେଶବ ରେଡ୍ଡୀଙ୍କ ଶିଶୁ ପୁତ୍ର ଘର ସମ୍ମୁଖରେ ଖେଳୁଥିବା ବେଳେ ଅଭିଯୁକ୍ତ ଏସ ମଧୁ ଶିଶୁ ପୁତ୍ର ଅପହରଣ କରି ନେଇ ଯାଇଥିଲା। ଅପହରଣ ପରେ ଶିଶୁ ପୁତ୍ରକୁ ଗାଁ ଶେଷ ମୁଣ୍ଡରେ ଥିବା ଏକ ପୋଖରୀ ସନ୍ନିକଟ କିଆ ବୁଦାରେ ରଖି ସେଠାରେ ଏକ ବାଡି ସାହାଯ୍ୟରେ ଆକ୍ରମଣ କରି ମାରି ଦେବାକୁ ଉଦ୍ୟମ କରୁଥିଲା। ଏହି ସମୟରେ ଶିଶୁ ପୁତ୍ରର ଚିତ୍କାର ଶୁଣି ପରିବାର ଲୋକ ସେଠାରେ ପହଞ୍ଚି ଯିବାରୁ ମଧୁ ସେଠାରୁ ଖସି ଚାଲି ଯିବାରେ ସକ୍ଷମ ହୋଇଥିଲେ। ଘଟଣା ନେଇ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ ମଧୁକୁ ଗିରଫ କରି କୋର୍ଟ ଚାଲାଣ କରିଛି।
Powered by Froala Editor