ଶୁଭମିତ୍ରା ହତ୍ୟାକାଣ୍ଡ : ବୀମା ଟଙ୍କାକୁ ନେଇ ତଦନ୍ତ ଜୋରଦାର
ଭୁବନେଶ୍ବର: ଟ୍ରାଫିକ୍ କନଷ୍ଟେବଳ ଶୁଭମିତ୍ରା ସାହୁ ହତ୍ୟାକାଣ୍ଡ ମାମଲାର ସପ୍ତାେହ ପରେ ବି ତଦନ୍ତ ସରୁନି। ବୀମା ରାଶିକୁ ନେଇ ଦୀପକ ଦୁଇ ପତ୍ନୀ ଶୁଭମିତ୍ରା ଓ ଅପର୍ଣ୍ଣା ପ୍ରିୟଦର୍ଶିନୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଦୁଇଟି ବୀମାରେ ଦୀପକ ନୋମିନି ଥିଲା। ତେଣୁ ବୀମା ଟଙ୍କାକୁ ନେଇ ହତ୍ୟା ଦିଗକୁ ତଦନ୍ତ ଜୋରଦାର କରିବା ସହ ପ୍ରମାଣ ଯୋଗାଡ଼ ପ୍ରକ୍ରିୟାକୁ ଗୁରୁତ୍ବ ଦିଆଯାଇଛି। ମୃତ୍ୟୁ ପୂର୍ବରୁ ୪୫ ମିନିଟ୍ ଧରି କାର୍ ଭିତରେ ଦୀପକ ଓ ଶୁଭମିତ୍ରାଙ୍କ ମଧ୍ୟରେ ଝଗଡ଼ା ଓ ହାତାହାତି ହୋଇଥିଲା। ତାଙ୍କୁ ତଣ୍ଟି ଚିପି ହତ୍ୟା କରିବା ପରେ ସିଟ୍ବେଲ୍ଟରେ ବେକକୁ ମଧ୍ୟ ବାନ୍ଧିଥିଲା। ହତ୍ୟା ପରେ ପ୍ରଥମେ ଦୀପକ ତାଙ୍କ ମାଉସୀ ପୁଅ ବିନୋଦ ବିହାରୀ ଭୂୟାଁଙ୍କୁ ଫୋନ୍ କରିଥିଲା। ହତ୍ୟାକାଣ୍ଡର ପୂରା କାହାଣୀ ସାମ୍ନାକୁ ଆଣିବାକୁ ତଦନ୍ତ ଜାରି ରହିଛି। ଦୁଇଟି ଘଟଣାରେ ବୀମାକୁ ନେଇ ହତ୍ୟାକାଣ୍ଡ ସନ୍ଦେହ କରି ତଦନ୍ତ ଚାଲୁଛି। ପ୍ରଥମ ପତ୍ନୀ ଅପର୍ଣ୍ଣା ପ୍ରିୟଦର୍ଶିନୀଙ୍କ ମୃତ୍ୟୁ ପରେ ବୀମା ଟଙ୍କା ପାଇଥିଲା ଓ ଶୁଭମିତ୍ରାଙ୍କ ନାମରେ ୧.୩୫ କୋଟି ବୀମା କରିଥିଲା ଦୀପକ।
ଅପର୍ଣ୍ଣାଙ୍କ ସନ୍ଦେହଜନକ ମୃତ୍ୟୁ ନେଇ ଖୁଣ୍ଟୁଣୀ ଥାନାରେ ପୁନଃ ତଦନ୍ତ ହେବା ସହ ହତ୍ୟା ମାମଲା ରୁଜୁ ହୋଇଛି। ଅଭିଯୁକ୍ତଙ୍କ ମାନସିକତା ଜାଣିବା ଲାଗି ପୁରୁଣା ମାମଲାରେ କିଛି ଦିଗକୁ ଖୋଳତାଡ଼ କରାଯାଇଛି। ପ୍ରଥମ ପତ୍ନୀଙ୍କୁ ଦୀପକ ହତ୍ୟା କରିଥିଲା ନା ଦୁର୍ଘଟଣା ଥିଲା, କଟକ ଗ୍ରାମାଞ୍ଚଳ ପୁଲିସ ତଦନ୍ତ କରୁଥିବା ପୁଲିସ ଆୟୁକ୍ତ ସୁରେଶ ଦେବଦତ୍ତ ସିଂ କହିଛନ୍ତି। ଅନୁରୂପ ଭାବେ ଦୀପକର ପଲିଗ୍ରାଫ୍ ବା ମିଛଧରା ପରୀକ୍ଷା କରାଯାଇଛି। ରିପୋର୍ଟକୁ ବିଶେଷଜ୍ଞ ତର୍ଜମା କରୁଛନ୍ତି। ୨୦ ଲକ୍ଷ ଟଙ୍କା ପାଇଁ ହତ୍ୟା ହୋଇଥିବା ପ୍ରମାଣ ମିଳିଛି। ଶୁଭମିତ୍ରାଙ୍କଠାରୁ ଦୀପକ ନେଇଥିବା ୧୩ ଲକ୍ଷ ଟଙ୍କାରେ ଜଟଣୀ ଜମି କିଣିଛି। ଉଭୟଙ୍କ ନଁାରେ ଜମି କିଣିବା ବଦଳରେ ଦୀପକ ନିଜ ନାମରେ ଜମି କିଣିବାରୁ ବିରୋଧ କରିଥିଲେ ଶୁଭମିତ୍ରା। ସେ ଦେଇଥିବା ୧୩ ଲକ୍ଷ ସହ ଅଧିକ ୭ ଲକ୍ଷ ମିଶାଇ ୨୦ଲକ୍ଷ ମାଗୁଥିଲେ। ଦୀପକ ଆକାଉଣ୍ଟରେ ଟଙ୍କା ଥିବାବେଳେ ଶୁଭମିତ୍ରାଙ୍କୁ ଦେଉ ନ ଥିବାରୁ ପାଟିତୁଣ୍ଡ ହେଉଥିଲା। ସେହିପରି ଉଭୟ ଶୁଭମିତ୍ରା ଓ ଦୀପକର ହ୍ବାଟ୍ସଆପ୍ ଚାଟିଂରୁ ଅନେକ ତଥ୍ୟ ମିଳିଛି। ଉଭୟଙ୍କ ବୈବାହିକ ସମ୍ପର୍କ ଭଲ ନଥିବା ଜଣାପଡ଼ିଛି।
Powered by Froala Editor