ବିଧାନସଭା ସମ୍ମୁଖରେ ବିଜେଡିର ଜୋରଦାର ବିକ୍ଷୋଭ: ବିଜେଡି କର୍ମୀ ଓ ପୁଲିସ ମୁହାଁମୁହିଁ
ଭୁବନେଶ୍ୱର: ବିଧାନସଭା ସମ୍ମୁଖରେ ବିଜେଡିର ଜୋରଦାର ବିକ୍ଷୋଭ । ପଞ୍ଚାୟତିରାଜ ବ୍ୟବସ୍ଥାରେ ଜନ ପ୍ରତିନିଧିଙ୍କ କ୍ଷମତାକୁ ସଙ୍କୁଚିତ କରିବା ଅଭିଯୋଗରେ ବିଧାନସଭା ଘେରାଉ କରିଛି ବିଜେଡି । ପ୍ରଥମ ବ୍ୟାରିକେଡ ଭାଙ୍ଗି ଦ୍ୱିତୀୟ ବ୍ୟାରିକେଡ ଭାଙ୍ଗିବାକୁ ପ୍ରୟାସ କରୁଥିବା ବେଳେ ପୁଲିସ ସେମାନଙ୍କୁ ଅଟକାଇଛି । ବ୍ୟାରିକେଡ ଭାଙ୍ଗି ବିଧାନସଭା ଆଡକୁ ଅଗ୍ରସର ହେଉଥିବା ବେଳେ ବିଜେଡି କର୍ମୀ ଓ ପୁଲିସ ମୁହାଁମୁହିଁ ହୋଇଛନ୍ତି । କିଛି ଆନ୍ଦୋଳନକାରୀଙ୍କୁ ପୁଲିସ ଉଠାଇ ନେଇଥିବା ସୂଚନା ମିଳିଛି ।
Powered by Froala Editor