ଖୁବଶୀଘ୍ର ଦୀପକକୁ ରିମାଣ୍ଡରେ ନେଇ ଜେରା କରିବ ଖୁଣ୍ଟୁଣୀ ପୁଲିସ
ଭୁବନେଶ୍ବର: ଟ୍ରାଫିକ୍ କନେଷ୍ଟବଳ ଶୁଭମିତ୍ରା ସାହୁ ହତ୍ୟା ମାମଲା ତଦନ୍ତକୁ କ୍ରିୟାଶୀଳ କରୁଛି କମିସନରେଟ ପୁଲିସ। ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଦୀପକ ୩୬ ଲକ୍ଷ ଟଙ୍କାରେ ଜମି କିଣିବାକୁ ଡିଲ୍ କରିଥିଲା। ଶୁଭମିତ୍ରାଙ୍କଠାରୁ ୫ଲକ୍ଷ ଟଙ୍କା ଆଣି ଅଗ୍ରିମ ଦେଇ କାଗଜପତ୍ର କରିଥିଲା। ଶୁଭମିତ୍ରାଙ୍କ ନାମରେ ୧୦ ଲକ୍ଷ ଟଙ୍କା ଋଣ ନେବାକୁ ଆବେଦନ କରିଥିଲା। ଉକ୍ତ କାଗଜପତ୍ରଗୁଡ଼ିକୁ ଜବତ କରିଛି କମିସନରେଟ ପୁଲିସ। ଏଥିସହ ଦୀପକର ୩ଟି ଆକାଉଣ୍ଟ ଠାବ ହୋଇଛି।
ପ୍ରଥମ ପତ୍ନୀ ଅପର୍ଣ୍ଣାଙ୍କ ପରିବାର ଲୋକଙ୍କ ସମେତ ୨୦ରୁ ଅଧିକ ବ୍ୟକ୍ତିଙ୍କୁ ପଚରାଉଚରା କରାଯାଇ ତଦନ୍ତ ପରିସରଭୁକ୍ତ କରାଯାଇଛି। ପୁରୁଣା ଫାଇଲ ଖୋଲି ପୁନଃ ତଦନ୍ତ ହୋଇଛି। ଦୁର୍ଘଟଣା ମାମଲାରେ ସାକ୍ଷୀ ପଡ଼ିଥିବା ବ୍ୟକ୍ତିଙ୍କୁ ଜେରା କରି ବୟାନ ସଂଗ୍ରହ ହୋଇଛି। ଖୁବ୍ଶୀଘ୍ର ଖୁଣ୍ଟୁଣୀ ଥାନା ପୁଲିସ ଦୀପକକୁ ରିମାଣ୍ଡରେ ନେଇ ଜେରା କରିବ ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି।
Powered by Froala Editor