ଚିଟ୍ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ୧୪ ମାସ ମଧ୍ୟରେ ୪୯,୬୭,୬୮,୫୪୮ଟଙ୍କା ଫେରସ୍ତ
ଭୁବନେଶ୍ୱର: ରାଜ୍ୟ ସରକାର ଚିଟ୍ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଗତ ୧୪ ମାସ ମଧ୍ୟରେ ୪୯,୬୭,୬୮,୫୪୮ଟଙ୍କା ଫେରସ୍ତ କରିଛନ୍ତି । ମୌସୁମୀ ଅଧିବେଶନର ଆଜି ୪ର୍ଥ ଦିନରେ ବିଧାନସଭାରେ ବିଧାୟକ ଗୌତମ ବୁଦ୍ଧଦାସଙ୍କ ଲିଖିତ ପ୍ରଶ୍ନରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଅନ୍ୟପଟେ ୪,୭୨,୬୫୧ ଜଣ କ୍ଷୁଦ୍ର ଜମାକାରୀକୁ କର୍ପସ ପାଣ୍ଠିରୁ ଅର୍ଥ ଫେରସ୍ତ ପାଇଁ ସୁପାରିଶ ହୋଇଥିଲା । ସେମାନଙ୍କ ମଧ୍ୟରୁ ୯୬,୮୦୧ ଜଣ କ୍ଷୁଦ୍ର ଜମାକାରୀକୁ ୪୬ କୋଟି ଟଙ୍କା କର୍ପସ ପାଣ୍ଠିରୁ ଫେରସ୍ତ କରାଯାଇଛି ।
Powered by Froala Editor