ସ୍ତ୍ରୀକୁ ଲୁହା ଛଡ଼ରେ ପିଟି ମାରିଦେଲା ସ୍ୱାମୀ

ମୟୂରଭଞ୍ଜରେ ଘଟିଛି ଭୀବତ୍ସ ହତ୍ୟାକାଣ୍ଟ । ସାତଜନ୍ମ ପାଇଁ ଅଗ୍ନିକୁ ସାକ୍ଷୀ ରଖି ଯେଉଁ ହାତ ଧରିଥିଲେ ସ୍ୱାମୀ, ଆଜି ତାଙ୍କୁ ଲୁହା ଛଡରେ ପିଟି ନିର୍ମମ ଭାବେ ମାରି ଦେଇଛି । ଏ ଘଟଣା ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ପୁରିନ୍ଦା ପଞ୍ଚାୟତ ଅଧୀନ ସଂସା ଗ୍ରାମରେ ଘଟିଛି । ମୃତା ମହିଳା ହେଉଛନ୍ତି ଗ୍ରାମର ଗଣେଶ ମହାନ୍ତଙ୍କ ୪୮ ବର୍ଷୀୟା ସ୍ତ୍ରୀ ସତ୍ୟବତୀ ମହାନ୍ତ ।
ବୈଶିଙ୍ଗା ଥାନା ମାନଗୋବିନ୍ଦପୁର ପଞ୍ଚାୟତ ଅଧୀନ ବିଜିପୁର ଗ୍ରାମର ଗଣେଶ ମହାନ୍ତ ଝିଅ ସତ୍ୟବତୀଙ୍କୁ ବିବାହ କରି ଦୀର୍ଘବର୍ଷ ହେବ ଘରଜ୍ୱାଇଁ ଭାବେ ସଂସା ଗାଁରେ ରହିଆସୁଥିଲେ । ଉଭୟଙ୍କର ୩ଟି ଝିଅ ଥିବାବେଳେ ସମସ୍ତେ ବିବାହିତା । ଘରେ କେବଳ ସ୍ୱାମୀ, ସ୍ତ୍ରୀ ରହୁଥିବା ବେଳେ ରବିବାର ସକାଳେ ସତ୍ୟବତୀ ଜଙ୍ଗଲକୁ ଶାଳପତ୍ର ଏବଂ ଶୁଖିଲା ଜାଳେଣି କାଠ ସଂଗ୍ରହ କରିବାକୁ ବାହାରି ଯାଇଥିଲେ । ଅପରାହ୍ନ ପ୍ରାୟ ଦେଢଟା ପାଖାପାଖି ସମୟରେ ସତ୍ୟବତୀ ଜଙ୍ଗଲରୁ ଘରକୁ ଫେରିଥିଲେ । ଘର ଅଗଣାରେ ଶାଳପତ୍ର ଏବଂ ଶୁଖିଲାକାଠ ରଖି ପାଣି ପିଇଦେଇ ଖଟରେ ବିଶ୍ରାମ ନେଉନେଉ ଶୋଇ ପଡିଥିଲେ ।
ସେହି ସମୟରେ ନିଶାରେ ଚୁର୍ ସ୍ୱାମୀ ଗଣେଶ ହଠାତ୍ ରକ୍ତମୁଖା ହୋଇ ଉଠିଥିବା ବେଳେ ହାତରେ ଧରିଥିବା ଏକ ଲୁହା ଛଡରେ ସତ୍ୟବତୀଙ୍କ ମୁଣ୍ଡକୁ ବାରମ୍ବାର ପ୍ରହାର କରିଚାଲିଥିଲା । ଏପରିକି ପାଖ ପଡିଶା ତାଙ୍କୁ ବାରଣ କରିବାକୁ ତାଙ୍କୁ ମଧ୍ୟ ମାରିବାକୁ ଗୋଡାଇଥିଲା । ଘଟଣାସ୍ଥଳରେ ରକ୍ତସ୍ରାବ ହେବାରୁ ସତ୍ୟବତୀଙ୍କ ମୃତ୍ୟୁ ଘଟିଥିଲା । ଏହାପରେ ଗଣେଶ ସତ୍ୟବତୀଙ୍କୁ ଜଙ୍ଗଲରେ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିଥିଲା । କିନ୍ତୁ ଲୋକେ ତାକୁ କାବୁ କରି ବାନ୍ଧି ଦେଇଥିଲେ । ପୁଲିସ ପହଞ୍ôଚ ଅଭିଯୁକ୍ତକୁ ଗିରଫ କରିଛି ।
Powered by Froala Editor