ବଦଳିପାରେ ମୋଦୀଙ୍କ ଓଡିଶା ଗସ୍ତ ସୂଚୀ
ଭୁବନେଶ୍ଵର: ବର୍ଷା ଯୋଗୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଓଡିଶା ଗସ୍ତର ସୂଚୀ ବଦଳିପାରେ । ବ୍ରହ୍ମପୁର ବଦଳରେ ଅନ୍ୟ କେଉଁଠି କାର୍ଯ୍ୟକ୍ରମ ହୋଇପାରେ। ୨୭ ତାରିଖରେ ପ୍ରଧାନମନ୍ତ୍ରୀ ବ୍ରହ୍ମପୁର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଥିଲା। ଏନେଇ ଗତକାଲି ପୁଲିସ ଡିଜି ପ୍ରସ୍ତୁତିର ସମୀକ୍ଷା କରିଥିଲେ । ରଙ୍ଗେଇଲୁଣ୍ଡାରେ ଯେଉଁ ଟେଣ୍ଟ୍ ବନ୍ଧା ଯାଇଥିଲା, ତାକୁ ଖୋଲି ଦିଆଯାଉଛି । ଟେଣ୍ଟ୍ ଖୋଲିବାକୁ କର୍ମଚାରୀଙ୍କୁ ନିର୍ଦ୍ଦେଶ ଆସିଛି । କିନ୍ତୁ କୌଣସି ଅଫିସିଆଲ ନିର୍ଦ୍ଦେଶ ଆସିନଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ବ୍ରହ୍ମପୁର ବଦଳରେ ଝାରସୁଗୁଡାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇପାରେ।
Powered by Froala Editor