ନିଶାମୁକ୍ତ ଭାରତ ଗଠନ ଗଣଦୌଡରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ଵର : ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମ ଦିନ ଉପଲକ୍ଷେ ବିଜେପିର ସପ୍ତାହେ ବ୍ୟାପୀ କାର୍ଯ୍ୟକ୍ରମମାନ ଆରମ୍ଭ ହୋଇଛି। ରବିବାର ନିଶାମୁକ୍ତ ଭାରତ ଗଠନ ନିମନ୍ତେ ଗଣଦୌଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। କ୍ରୀଡା ଓ ଯୁବ ସେବା ବିଭାଗ ଏବଂ ବିଜେପି ଜନତା ମୋର୍ଚ୍ଚା ଦ୍ଵାରା ଏହି ନମୋ ଯୁବ ରନ୍ ମାରାଥନ୍ ର ଆୟୋଜନ ହୋଇଛି। ଏହି ଅବସରରେ ୧୦ ହଜାରରୁ ଅଧିକ ଯୁବକ ଏବଂ ଯୁବତୀ କଳିଙ୍ଗ ଷ୍ଟାଡିୟମ୍ରୁଜନତା ମୈଦାନ ପର୍ଯ୍ୟନ୍ତ ଦୌଡିଛନ୍ତି। ଏପରିକି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ , ବିଧାୟକ ସିଦ୍ଧାନ୍ତ ମହାପାତ୍ର ଏବଂ ଅନ୍ୟାନ୍ୟ ବରିଷ୍ଠ ନେତା ପ୍ରମୁଖ ଏହି ଦୌଡରେ ସାମିଲ ହୋଇଥିଲେ।
ଯିଏ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ତାଙ୍କୁ ୨୫ ହଜାର, ଦ୍ୱିତୀୟ ସ୍ଥାନ ୧୫ ହଜାର ଓ ତୃତୀୟ ସ୍ଥାନ ୧୦ ହଜାର ଟଙ୍କା ଚତୁର୍ଥ ସ୍ଥାନ ପାଇଁ ୫ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି।
Powered by Froala Editor