ଚିକିତ୍ସା ଅବହେଳାରୁ ଚାଲିଗଲା ରୋଗୀଙ୍କ ଜୀବନ
ଭୁବନେଶ୍ବର : କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ଜୁନାଗଡ ବ୍ଲକ ମକରସୋଲା ଗାଁର ଦୈମତି ଭୋଈଙ୍କୁ ୪ ଦିନ ହେବ ଜ୍ବର ହୋଇଥିଲା। ଜ୍ବର ବଢିବାରୁ ତାଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ସେତେବେଳେ କୌଣସି ଡ଼ାକ୍ତର ନଥିବା ବେଳେ ନର୍ସ ମାନେ ସାଲାଇନ୍ ଦେଇଥିଲେ। ରକ୍ତ ପରୀକ୍ଷା ପାଇଁ ଡ଼ାକ୍ତରଖାନାରେ ଗୋଟାଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଦୌଡିବାକୁ ପଡ଼ିଥିଲା। ଚିକିତ୍ସା ଅଭାବରୁ ଝିଅର ମୃତ୍ୟୁ ହେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।
Powered by Froala Editor