୨୭ ରେ ଆସିବେ ପ୍ରଧାନମନ୍ତ୍ରୀ, ସୁରକ୍ଷା ଓ ପାର୍କିଂ ବ୍ୟବସ୍ଥା ତଦାରଖ କଲେ ମନ୍ତ୍ରୀ
ଭୁବନେଶ୍ବର: ଆସନ୍ତା ୨୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସୁଥିବା ସହ ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରଙ୍ଗେଇଲୁଣ୍ଡା ଗସ୍ତ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି।
ପ୍ରଧାନମନ୍ତ୍ରୀଙ୍କ ସଭାର କାର୍ଯ୍ୟକ୍ରମ ରଙ୍ଗେଇଲୁଣ୍ଡା ବିମାନ ବନ୍ଦରରେ ହେବାକୁ ସ୍ଥିର ହୋଇଛି। ଶନିବାର ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ଡ଼ିଜିପି ଯୋଗେଶ ବାହାଦୁର ଖୁରାନିଆ, ପୂର୍ତ୍ତ ବିଭାଗ ସଚିବ ସଞ୍ଜୟ ସିଂହ,ଏଡ଼ିଜି ସଞ୍ଜୟ କୁମାର ପ୍ରମୁଖ ବିମାନ ବନ୍ଦର ପଡ଼ିଆରେ ପହଞ୍ଚି ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ସୁରକ୍ଷା ବ୍ୟବସ୍ଥା ସାଙ୍ଗକୁ, ପାର୍କିଂ, ଟ୍ରାଫିକ ବ୍ୟବସ୍ଥା ତଦାରଖ କରିଥିଲେ।
Powered by Froala Editor