ମନ୍ଦୋନ୍ଦରୀଙ୍କ ଭୂମିକା ନିର୍ବାହ କରିବେ ପୁନମ

ରାମାୟଣରେ ରାବଣଙ୍କ ପତ୍ନୀ ଭୂମିକାରେ ନଜର ଆସିବେ ପୁନମ ପାଣ୍ଡେ | ଦିଲ୍ଲୀର ପ୍ରସିଦ୍ଧ ଲବ-କୁଶ ରାମଲୀଳାରେ ପୁନମଙ୍କୁ ଦେଖିବାକୁ ମିଳିବ। ଏହି ରାମଲୀଳାରେ ସେ ରାବଣର ସ୍ତ୍ରୀ ମନ୍ଦୋନ୍ଦରୀଙ୍କ ଭୂମିକା ନିର୍ବାହ କରିବେ। ଅଭିନେତା ଆର୍ଯ୍ୟ ବର୍ବର ରାବଣ ଭୂମିକା ନିର୍ବାହ କରିବେ ବୋଲି ଜଣାପଡ଼ିଛି। ଦିଲ୍ଲୀର ପ୍ରସିଦ୍ଧ ଲବ-କୁଶ ରାମଲୀଳାରେ ଅଭିନୟ କରିବାର ସୁଯୋଗ ମିଳିଥିବାରୁ ପୁନମ ଖୁସି ପ୍ରକାଶ କରିଛନ୍ତି।
ପୁନମ୍ ପାଣ୍ଡେ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଯେ ରାମଲୀଳା କେବଳ ଏକ ଧାର୍ମିକ କାର୍ଯ୍ୟକ୍ରମ ନୁହେଁ ବରଂ ଆମର ସଂସ୍କୃତି ଏବଂ ପରମ୍ପରାର ଏକ ଉତ୍ସବ। ଏଥିରେ ଅଂଶଗ୍ରହଣ କରିବାକୁ ସେ ନିଜକୁ ଭାଗ୍ୟବାନ ମନେ କରୁଛନ୍ତି। ଏହି ଶୁଭ ଅବସରରେ ତାଙ୍କୁ ନିମନ୍ତ୍ରଣ କରିବା ପାଇଁ ସେ ଲବକୁଶ୍ ରାମଲୀଳା କମିଟିକୁ ଧନ୍ୟବାଦ ଦେଇଛନ୍ତି।
ଅନ୍ୟପଟେ ପୁନମ ପାଣ୍ଡେଙ୍କ ରାମଲୀଳାରେ ଅଭିନୟ ଉପରେ ଭିଏଚପି(ବିଶ୍ୱ ହିନ୍ଦୁ ପରିଷଦ) ଆପତ୍ତି ଉଠାଇଛି । ଦିଲ୍ଲୀର ଇନ୍ଦ୍ରପ୍ରସ୍ଥ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି)ର ସୁରେନ୍ଦ୍ର ଗୁପ୍ତା ପ୍ରତିଷ୍ଠିତ ଲବକୁଶ ରାମଲୀଳାରେ ମନ୍ଦୋଦରୀ ଭୂମିକା ପାଇଁ ଅଭିନେତ୍ରୀ ପୁନମ ପାଣ୍ଡେଙ୍କ ଚୟନ ଉପରେ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି।
Powered by Froala Editor