ତ୍ରିଶୁଳିଆରେ ହେବ ଦ୍ୱିତୀୟ ସେତୁ, ୩୬ ମାସରେ ଶେଷ ହେବ ନିର୍ମାଣ କାମ
ଭୁବନେଶ୍ବର: ତ୍ରିଶୁଳିଆରେ ନିର୍ମାଣ ହେବ ଦ୍ୱିତୀୟ ସେତୁ । ଏଥିପାଇଁ ୨୯୭କୋଟି ବ୍ୟୟବରାଦ ରହିଛି । ବିଧାନସଭାରେ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଲିଖିତ ଉତ୍ତରରୁ ଏହା ଜଣାପଡିଛି । ସେତୁନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ଜାରି ରହିଛି, ୩୬ମାସରେ ଶେଷ ହେବ ସେତୁ ନିର୍ମାଣ କାମ । ଆଜି ବିଧାନସଭାରେ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ୍ଙ୍କ ପ୍ରଶ୍ନରେ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଲିଖିତ ଉତ୍ତର ରଖିଥିଲେ ।
Powered by Froala Editor